
୦୮/୦୪/୨୧ (ଜିଲ୍ଲା ଖବର) : ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ । ଦିଲଶାଦ ଗାର୍ଡେନ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳର ଦାମୋଦର ପାର୍କ ସ୍ଥିତ MTNL କାର୍ଯ୍ୟାଳୟ ନିକଟରେ ଥିବା ଏକ କାରଖାନାରେ ନିଆଁ ଲାଗିଯାଇଛି । ଫଳରେ 15 ଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ତେବେ ଏପର୍ଯ୍ୟନ୍ତ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ ।


