
ଭଦ୍ରକ, ୦୮/୦୪/୨୧ (ଜିଲ୍ଲା ଖବର) : ନଦୀରୁ ମୃତ ବଉଳା କୁମ୍ଭୀର ଉଦ୍ଧାର । ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତର ଦୋହରାସାହି ଦେଇ ବୋହିଯାଉଥିବା ମନ୍ତେଇ ନଦୀରୁ ମୃତ ବଉଳା କୁମ୍ଭୀରକୁ ଉଦ୍ଧାର କରିଛି ବନବିଭାଗ । ମୃତ କୁମ୍ଭୀର ଲମ୍ବ ପାଖାପାଖି 6ଫୁଟ ହେବ । କୁମ୍ଭୀର ନଦୀରେ ଭାସୁଥିବାର ସ୍ଥାନୀୟ ଅଞ୍ଚଳର ଲୋକମାନେ ଦେଖି ପାଣିରୁ ଉଦ୍ଧାର କରି ନଦୀ ଉପରକୁ ଆଣି ବନବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ । ବନବିଭାଗର କର୍ମଚାରୀ ପହଞ୍ଚି ମୃତ କୁମ୍ଭୀରକୁ ଜବତ କରିଥିଲେ । ତେବେ କୁମ୍ଭୀରର କେଉଁ ପରିସ୍ଥିତିରେ ଓ କିପରି ମୃତ୍ୟୁ ହେଲା ତାହା ଜଣାପଡିନାହିଁ ।



