
ନୂଆଦିଲ୍ଲୀ, ୦୮/୦୪/୨୧ (ଜିଲ୍ଲା ଖବର) : କରୋନା ସଂକ୍ରମିତ ହେଲେ ଲୋକପ୍ରିୟ ରିଆଲିଟି ଶୋ’ ଡାନ୍ସ ଦିୱାନେର ଜଜ୍ ଧର୍ମେଶ ୟେଲାଣ୍ଡେ । କିଛି ଦିନ ପୂର୍ବରୁ ଏହି ଶୋ’ର ୧୮ ଜଣ କ୍ରୁ ମେମ୍ବର୍ସ କରୋନା ପଜିଟିଭ୍ ହୋଇଥିଲେ । ଏହାପରେ ଶୋ’ ସହ ଜଡିତ ଅନ୍ୟ ଲୋକମାନଙ୍କର ଟେଷ୍ଟ କରାଯାଇଥିଲା । ଯେଉଁଥିରେ ଧର୍ମେଶ ଏବଂ ଅରବିନ୍ଦ ରାଓଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି । ହେଲେ ମାଧୁରୀ ଦିକ୍ଷୀତ୍ ଏବଂ ରାଘବ ଜୁୟାଲଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । କୁହାଯାଉଛି ଯେ, ଧର୍ମେଶ ଆସନ୍ତା ଏପିସୋଡର ଉପସ୍ଥିତ ରହିବେ ନାହିଁ । ଧର୍ମେଶ କରୋନା ସଂକ୍ରମିତ ହେବା ଏବେ ଏବେ ଶୋ’ରେ ତାଙ୍କ ସ୍ଥାନରେ କୋରିଓଗ୍ରାଫର ପୁନିତ୍ ପାଠକ୍ ରହିବେ । ଅଳ୍ପ ଲକ୍ଷଣ ଦେଖା ଦେବାପରେ ଧର୍ମେଶ କରୋନା ଟେଷ୍ଟ କରାଇଥିଲେ । ଯାହାପରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି ।


