Thursday, November 12, 2026
Home ଆଞ୍ଚଳିକ ଭାରତୀୟଙ୍କୁ ନ୍ୟୁଜଲାଣ୍ଡ ମନା

ଭାରତୀୟଙ୍କୁ ନ୍ୟୁଜଲାଣ୍ଡ ମନା

8

୦୮/୦୪/୨୧ (ଜିଲ୍ଲା ଖବର) :  ଭାରତରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନ୍ୟୁଜଲାଣ୍ଡ ବ୍ୟାନ୍‌  । ଏପରିକି ଭାରତରେ ଥିବା ନ୍ୟୁଜଲାଣ୍ଡର ଯାତ୍ରୀଙ୍କୁ ମଧ୍ୟ ନ୍ୟୁଜଲାଣ୍ଡ ଗସ୍ତରେ ପ୍ରତିବନ୍ଧକ ଲଗାଇଛନ୍ତି ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡର୍ନ  ।  ଗୁରୁବାର ଏହାର ସୀମାରେ 23ଟି ନୂତନ ପଜିଟିଭ୍ ମାମଲା ସାମନାକୁ ଆସିଥିଲା  । ସେଥିମଧ୍ୟରୁ ଭାରତରୁ ଥିଲା 17 ଟି ମାମଲା  । ଯାହାପରେ ଏହି ପଦକ୍ଷେପ ନେଇଛି ନ୍ୟୁଜଲାଣ୍ଡ । ତେବେ ଏନେଇ ନ୍ୟୁଜଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତରେ ଦ୍ୱତୀୟ ଲହରୀ କ୍ଷୀପ୍ର ଗତିରେ ବୃଦ୍ଧି ପାଉଛି  । ଏହାକୁ ଦୃଷ୍ଟିରେ ରଖି କିପରି ଦେଶରେ ଏହାର ମୁକାବିଲା କରାଯାଇପାରିବ ସେନେଇ ପଦକ୍ଷେପ ନିଆଯାଉଛି  । ଆମେ ଭାରତରୁ ଯାତ୍ରୀମାନଙ୍କ ପାଇଁ ନ୍ୟୁଜିଲ୍ୟାଣ୍ଡରେ ପ୍ରବେଶକୁ ସାମୟିକ ଭାବେ ସ୍ଥଗିତ ରଖିଛୁ । ଏଠାରେ କହି ରଖୁଛୁ ଯେ,  ନ୍ୟୁଜଲାଣ୍ଡରେ ପ୍ରାୟ 40 ଦିନ ଧରି ଗୋଟିଏ ବି ପଜିଟିଭ ମାମଲା ରିପୋର୍ଟ ହୋଇନାହିଁ  ।