Tuesday, November 17, 2026
Home ଆଞ୍ଚଳିକ ତ୍ୱଚା ପାଇଁ ବନ୍ଧାକୋବି

ତ୍ୱଚା ପାଇଁ ବନ୍ଧାକୋବି

26

୦୮/୦୪/୨୧ (ଜିଲ୍ଲା ଖବର) : ତ୍ୱଚାକୁ ସୁନ୍ଦର କରିବା ପାଇଁ କିଏ କେତେ କ’ଣ ଉପାୟ ଆପଣାଇ ଥାଆନ୍ତି । ହେଲେ ମନେ ରଖିବା ଉଚିତ୍ ଯେ, ତ୍ୱଚା ପାଇଁ ସବୁବେଳେ ଘରୋଇ ପ୍ରାକୃତିକ ଉପଚାର ଅଧିକ ଲାଭଦାୟକ ହୋଇଥାଏ । ଘରୋଇ ଉପଚାର ମଧ୍ୟରେ ପରିବା ମଧ୍ୟ ତ୍ୱଚା ପାଇଁ ଉପକାରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ତ୍ୱଚା ପାଇଁ ବନ୍ଧାକୋବି ଫେସ୍‌ପ୍ୟାକ୍ ସମ୍ପର୍କରେ ।

-ପ୍ରଥମେ ମହୁ, ବନ୍ଧାକୋବି ପେଷ୍ଟ , ଅଣ୍ଡାର ଧଳାଅଂଶ,ଚାଉଳ ଚୂନା,ଲେମ୍ବୁ ରସ ମିଶାଇ ଭଲଭାବେ ମିକ୍ସ କରି, ଏକ ପ୍ୟାକ୍ ପ୍ରସ୍ତୁତ କରିବେ । ଏହାପରେ  ମୁହଁକୁ ଭଲଭାବେ ଧୋଇବେ । ତାପରେ  ଏହି ପେଷ୍ଟକୁ ହାତରେ ନେଇ  ତ୍ୱଚାରେ  ଭଲଭାବେ ଲଗାଇବେ । ଏହାପରେ ତ୍ୱଚାକୁ ଧିରେଧିରେ କିଛି ସମୟ ମସାଜ୍ କରିବେ । ୨୦ ରୁ ୨୫ ମିନିଟ ତ୍ୱଚାରେ ଲଗାଇ ରଖିବା ପରେ ,ତ୍ୱଚାକୁ ଧୋଇ ସଫା କରିବେ । ଏହାପରେ ତ୍ୱଚାରେ ମଶ୍ଚରାଇଜର ଲଗାଇବେ । ସପ୍ତାହରେ ୨ ରୁ ୩ ଥର ଏହି ଫେସ୍ ପ୍ୟାକ୍ ତ୍ୱଚାରେ ଲଗାଇବା ପରେ ଫଳାଫଳ ନିଜେ ଅନୁଭବ କରି ପାରିବେ ।