
ନୂଆଦିଲ୍ଲୀ, ୦୮/୦୪/୨୧ (ଜିଲ୍ଲା ଖବର) : ଦ୍ୱିତୀୟ ଡୋଜ କୋରୋନା ଟିକା ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ଏମସରେ ପ୍ରଧାନମନ୍ତ୍ରୀଙ୍କୁ ନେଇଛନ୍ତି ଭ୍ୟାକସିନ୍ । ଦିଲ୍ଲୀ ଏମ୍ସରେ ଦେଶୀ ଟିକା କୋଭାକ୍ସିନ୍ ନେବା ସହ ଲୋକଙ୍କୁ ଭ୍ୟାକ୍ସିନ୍ ନେବା ପାଇଁ ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି । କହିଛନ୍ତି- ଭୂତାଣୁକୁ ହରାଇବା ଲାଗି ଟିକାକରଣ ଆମ ପାଖରେ ଏକ ତରିକା । ପ୍ରଧାନମନ୍ତ୍ରୀ ମୋଦି କରୋନା ଟିକାର ଦ୍ୱିତୀୟ ଡୋଜ୍ ପୁଡୁଚେରୀର ନର୍ସ ପି.ନିବେଦା ଦେଇଥିବା ବେଳେ ତାଙ୍କ ସହିତ ପଞ୍ଜାବର ନର୍ସ ନିଶା ଶର୍ମା ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭ୍ୟାକ୍ସିନର ପ୍ରଥମ ଡୋଜ୍ ମାର୍ଚ୍ଚ ୧ରେ ନେଇଥିଲେ । ସେତେବେଳେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଦିଲ୍ଲୀସ୍ଥିତ ଏମ୍ସରେ ପହଞ୍ଚି ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ନେଇଥିଲେ ।


