Home ଆଞ୍ଚଳିକ ପୋଖରୀରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

ପୋଖରୀରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର

18

ଯାଜପୁର, ୦୮/୦୪/୨୧ (ଜିଲ୍ଲା ଖବର) : ଯାଜପୁର ଜିଲ୍ଲା ସଦର ଥାନା କପିଳେଶ୍ୱର ଗାଁର ଏକ ଶୁଖିଲା ପୋଖରୀରୁ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି ।  ମହିଳାଙ୍କ ଗଳିତ ଶବ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଶବଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଖବର ପାଇ ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରିଛି । ବର୍ତ୍ତମାନ ସୁଦ୍ଧା ଗଳିତ ଶବଟି କାହାର ବୋଲି ଜଣାପଡିନଥିବା ବେଳେ ଦୁଇରୁ ତିନି ମାସ ହେବ କେହି ହତ୍ୟା କରି ମୃତଦେହ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ସଦର ପୋଲିସ ଘଟଣାସ୍ଥଳରେ ଛାନଭିନ ଚଳାଇଛି   ।