Home ଆଞ୍ଚଳିକ ଆଜି କୋଟିଆରେ ଆନ୍ଧ୍ରର ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ନିର୍ବାଚନ, ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ...

ଆଜି କୋଟିଆରେ ଆନ୍ଧ୍ରର ପଞ୍ଚାୟତ ଏବଂ ଜିଲ୍ଲା ପରିଷଦ ନିର୍ବାଚନ, ପୁଣି ସୁପ୍ରିମକୋର୍ଟ ଗଲେ ରାଜ୍ୟ ସରକାର

8

 କୋରାପୁଟ, ୦୮/୦୪/୨୧ (ଜିଲ୍ଲା ଖବର) : ପୁଣି ଆନ୍ଧ୍ରପ୍ରଦେଶର ମନମାନୀ । ଆଜି କୋଟିଆରେ ପଞ୍ଚାୟତ ନିର୍ବାଚନ ଏବଂ ଜିଲ୍ଲା ପରିଷଦ ନିର୍ବାଚନ କରୁଛି ଆନ୍ଧ୍ର । କୋଟିଆ ଅଞ୍ଚଳରୁ 7 ହଜାର ଭୋଟ ହାତେଇବାକୁ ଯୋଜନା କରୁଛି ଆନ୍ଧ୍ର । ପୂର୍ବରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ସିଙ୍ଗିଲ ବେଞ୍ଚ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିବାବେଳେ ଏବେ ହାଇକୋର୍ଟର ବଡ ବେଞ୍ଚ ଏହି ପୂର୍ବ ନିର୍ଦ୍ଦେଶକୁ ଖଣ୍ଡନ କରିଛନ୍ତି । ଅପରପକ୍ଷରେ ପଟାଙ୍ଗି ବ୍ଲକ କୋଟିୟା ପଞ୍ଚାୟର ଗଞ୍ଜେଇପଦର, ତଳ ଗଞ୍ଜେଇପଦର, କୋଟିଆ ଉପର ଶିମ୍ବି, ତଳ ଶିମ୍ୱି ଲୋକଙ୍କୁ ଆନ୍ଧ୍ରପ୍ରଦେଶର ସାଲୁରୁ ମଣ୍ଡଳରେ ଥିବା ନେରିଡି ୱାଲସା ପଞ୍ଚାୟତ ବୁଥରେ 1271 ଜଣ ଭୋଟର ମତଦାନ କରିବେ । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ପଟାଙ୍ଗୀ ବ୍ଲକ କୋଟିଆର 22ଟି ଗାଁରେ 144 ଧାରା ଜାରି କରିଛନ୍ତି । ଆଜି ସନ୍ଧ୍ୟା ଯାଏଁ ବଳବତ୍ତର ରହିବ 144 ଧାରା । ଜରୁରୀ ନଥିଲେ ଲୋକଙ୍କୁ ଘରୁ ବାହାରକୁ ବାରଣ କରାଯାଇଛି ।