
ଛତିଶଗଡ,୦୮/୦୪/୨୧ (ଜିଲ୍ଲା ଖବର) : ଛତିଶଗଡର ବିଜାପୁରରେ ନକ୍ସଲଙ୍କ ଆକ୍ରମଣରେ ସହିଦ 22 ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉଦଳା ନାଗରିକ ମଞ୍ଚ । ନାଗରିକ ମଞ୍ଚ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା । ଯାହାକି ଉଦଳା ହନୁମାନ ମନ୍ଦିର ନିକଟରୁ ବାହାରି ବଜାର ପରିକ୍ରମା କରିବା ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ପହଞ୍ଚିଥିଲେ । ଶୋଭାଯାତ୍ରାରେ ସହିଦ ଯବାନ ଅମର ରହେ, ଭାରତ ମାତା କି ଜୟ ନାରାବାଜିରେ କମ୍ପିଥିଲା ଉଦଳା ବଜାର । ନାଗରିକ ମଞ୍ଚ ପକ୍ଷରୁ ନକ୍ସଲଙ୍କ ଏପରି ଆଚରଣକୁ ତୀବ୍ର ନିନ୍ଦା କରାଯିବା ସହ ଆଗାମୀ ଦିନରେ ସରକାର ପୁଲୱାମା ଘଟଣାର ପ୍ରତିଶୋଧ ନେବାକୁ ଦାବି କରିଛି ମଞ୍ଚ ।


