
ଅନୁଗୁଳ,୦୮/୦୪/୨୧ (ଜିଲ୍ଲା ଖବର) : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା କଙ୍କୁରପାଳ ଗାଁରେ ରାଧାକୃଷ୍ଣ ମେଲଣରେ ଜୁଆ ଖେଳ । ଗତକାଲି ରାତିରେ ରାଧାକୃଷ୍ଣଙ୍କ ଦଶଦୋଳ ମେଲଣ ଉତ୍ସବ ଚାଲିଥିବାବେଳେ ସୁଯୋଗ ନେଇ ଜୁଆଡ୍ଡିମାନେ ଜୁଆଖେଳ ପସରା ମେଲିଥିବା ଦେଖିବାକୁ ମିଳିଥିଲା । ଛେଣ୍ଡିପଦା ଅଞ୍ଚଳରେ ଏହିଭଳି ବିଭିନ୍ନ ପୂଜା ପାର୍ବଣ ସ୍ଥାନରେ ଜୁଆ ଖେଳୁଥିବାବେଳେ ପୋଲିସର ନିରବତା ହିଁ ଜୁଆଡ୍ଡିଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଜନସାଧାରଣ କହିଛନ୍ତି । ଅନ୍ୟପକ୍ଷରେ ଏଦିଗରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଦମନ କରିବା ପାଇଁ ଲୋକଙ୍କ ପକ୍ଷରୁ ଦାବି କରାଯାଇଛି ।


