Wednesday, November 11, 2026
Home ଆଞ୍ଚଳିକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ଶତାଧିକ ଆଶାକର୍ମୀ

ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ଶତାଧିକ ଆଶାକର୍ମୀ

12

କନ୍ଧମାଳ,୦୮/୦୪/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କୋଟଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ଶତାଧିକ ଆଶାକର୍ମୀ । 2016 ନଭେମ୍ବର ମାସଠୁ 2017ଫେବୃଆରୀ ମାସ ପର୍ଯ୍ୟନ୍ତ ପାଇବାକୁ ଥିବା ପ୍ରୋତ୍ସାହନ ରାଶି ଆଜି ପର୍ଯ୍ୟନ୍ତ ମିଳିନାହିଁ । ଏନେଇ ତିନି ତିନି ଥର କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିନାହିଁ । ଦାବି ପୂରଣ ନହେବାରୁ ସମୂହ ଆଶାକର୍ମୀ କୋଟଗଡ଼ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀ ଆଶାକର୍ମୀଙ୍କୁ ବୁଝାସୁଝା କରିବା ସହ ମାସେ ମଧ୍ୟରେ ସମାଧାନ ପ୍ରତିଶ୍ରୁତି ଦେବାରୁ ଆଶାକର୍ମୀମାନେ ଆନ୍ଦୋଳନରୁ ଓହରିଥିଲେ ।