
ଭୁବନେଶ୍ୱର,୦୮/୦୪/୨୧ (ଜିଲ୍ଲା ଖବର) : ଭୁବନେଶ୍ୱର ସିଆରପି ଓଭରବ୍ରିଜ ଉପରେ ଦୁର୍ଘଟଣା । ଆଇରନ ବୋଝେଇ ଟ୍ରକକୁ ଧକ୍କା ଦେଲା ଟ୍ରକ । ତିନୋଟି ଟ୍ରକ ପରସ୍ପର ସହ ଧକ୍କା । ଆଗ ଟ୍ରକ ହଠାତ ବ୍ରେକ ମାରିବାରୁ ପଛକୁ ପଛ ଆଉ ଦୁଇଟି ଟ୍ରକ ଧକ୍କା ହୋଇଥିଲା । ଯେଉଁଥିରେ ଜଣେ ଗୁରୁତର ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଆଗ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି ।


