
୦୮/୦୪/୨୧ (ଜିଲ୍ଲା ଖବର) : ସଂଖ୍ୟାଲଘୁଙ୍କୁ ଏକାଠି ହୋଇ ଭୋଟ ଦେବାକୁ କହି ଫସିଲେ ମମତା ବାନାର୍ଜୀ । କମ୍ୟୁନାଲ ଅପିଲ ପାଇଁ ମମତା ବାନାର୍ଜୀଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ହୋଇଛି । ବିଜେପି ପକ୍ଷରୁ ଅଭିଯୋଗ କରାଯିବା ପରେ ନିର୍ବାଚନ ଆୟୋଗ ମମତାଙ୍କୁ ନୋଟିସ ଜାରି କରି ୪୮ ଘଣ୍ଟା ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଏପ୍ରିଲ ୩ ତାରିଖରେ ହୁଗୁଳି ଜିଲ୍ଲାର ତାରକେଶ୍ବରଠାରେ ଏକ ନିର୍ବାଚନୀ ସଭାକୁ ସମ୍ୱୋଧିତ କରି ମମତା କହିଥିଲେ, ମୁସଲମାନମାନେ ନିଜର ଭୋଟର ବିଭାଜନ କରିବା ଉଚିତ ନୁହେଁ । ସେମାନେ ଏକତ୍ରିତ ହୋଇ ଗୋଟିଏ ଦଳକୁ ଭୋଟ ଦେବା ଉଚିତ । ଏହା ଆଦର୍ଶ ଆଚରଣବିଧିର ଉଲ୍ଲଙ୍ଘନ ବୋଲି ଅଭିଯୋଗ କରି ବିଜେପି ନେତା ମୁଖତାର ଅବ୍ବାସ ନକଭୀ ନିର୍ବାଚନ ଆୟୋଗରେ ଅଭିଯୋଗ କରିଥିଲେ ।


