
ସୁନ୍ଦରଗଡ଼,୭/୪(ଜିଲ୍ଲା ଖଵର) : ଛତିଶଗଡ଼ର ସୁକମା ଓ ବିଜାପୁର ସୀମାସ୍ଥିତ ଟେକଲଗୁଡ଼ା ଗାଆଁ ନିକଟରେ ନକ୍ସଲ ମାନଙ୍କ ଗୁଳି ବିନିମୟରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛି ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ତଥା ଆହତ ହୋଇଥିବା ଯବାନ ମାନଙ୍କ ଆଶୁ ଆରୋଗ୍ୟ କାମନା କରିଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା କଂଗ୍ରେସ କମିଟିର ସଭାପତି ଶ୍ରୀ ବେଣୁମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ସ୍ଥାନୀୟ ବିଁବେକାନନ୍ଦ ଛକ ଠାରେ ମହମବତୀ ପ୍ରଜ୍ବଳନ କରିବା ସହିତ ନୀରବ ପ୍ରାର୍ଥନାରେ ଯୋଗ ଦେଇଥିଲେ ବହୁ କଂଗ୍ରେସ କର୍ମୀ। ବରିଷ୍ଠ ନେତା କାଳୀପଦ ସାମଲ,ଅଜିତ ପ୍ରସାଦ,ପ୍ରଭାତ କୁମାର ଭୋଳ,ରମଣୀ ରଞ୍ଜନ ଯୋଶୀ,ସୁବ୍ରତ ପୁରୋହିତ,ଅଶୋକ ଆଚାର୍ଯ୍ୟ, ସେବାଦଳର ମୁନୁ ସରାଫ,ସତ୍ୟନାରାୟଣ ସାହୁ,ପର୍ଶୁରାମ ସରାଫ,ଟାଉନ କଂଗ୍ରେସ ସଭାପତି ନେପାଳ ସାହୁ,ବିଧାନସଭା କ୍ଷେତ୍ରର , ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ବିଶ୍ବରଂଜନ ହୋତା,ସୁନ୍ଦରଗଡ଼



