
ଗୁଣପୁର,୭/୦୪(ଜିଲ୍ଲା ଖଵର) : ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ରଙ୍କ ତତ୍ତ୍ବାବଧାନରେ ଏହାର ଶୁଭାରମ୍ଭ ହୋଇଥିଲା ।

ଗୁଣାତ୍ମକ ଜୀବନ ଏବଂ ସ୍ୱାସ୍ଥ୍ୟର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ, ଏପ୍ରିଲ 7 କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ବିଶେଷ କରି ଆଜି, ଯେତେବେଳେ ସମଗ୍ର ବିଶ୍ବ Covid-19 ର ଦ୍ୱିତୀୟ ତରଙ୍ଗର ସାକ୍ଷୀ ହେଉଛି, ଏହି ଦିନକୁ ପାଳନ କରିବା ଏବଂ ହାତରେ ଥିବା ସମସ୍ୟାର ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ଅଟେ ।

ତେଣୁ ଏ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ସହିତ ମାସ୍କ ବଣ୍ଟନ କରିଥିଲେ ଗୁଣପୁର ମହାବିଦ୍ୟାଳୟର ଏନସିସି ସ୍ବେଚ୍ଛାସେବୀବୃନ୍ଦ । ଏଥିରେ ଏନସିସି ଅଫିସର ଅଧ୍ୟାପକ ଜିତେନ୍ଦ୍ର ବଡ଼ମୁଣ୍ଡି, ପ୍ରାଧ୍ୟାପକ ଶଶିଭୂଷଣ ମହାନ୍ତି, ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟ ନାରାୟଣ ପଣ୍ଡା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।
ଗୁଣୁପୁର , ରାମନାଥ ମହାନ୍ତି


