Monday, November 16, 2026
Home ଆଞ୍ଚଳିକ ଗୁରୁ ତେଗ ବାହାଦୂରଙ୍କ ଜନ୍ମ ବାର୍ଷିକୀ ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ ମୋଦି

ଗୁରୁ ତେଗ ବାହାଦୂରଙ୍କ ଜନ୍ମ ବାର୍ଷିକୀ ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେବେ ମୋଦି

12

୦୭/୦୪/୨୧ (ଜିଲ୍ଲା ଖବର) :  ଗୁରୁ ତେଗ ବାହାଦୂରଙ୍କର 400 ତମ ଜନ୍ମ ବାର୍ଷିକୀ ନେଇ ଉଚ୍ଚସ୍ତରୀୟ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ  । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏପ୍ରିଲ 8 ରେ ଏକ ବୈଠକ ଅନୁଷ୍ଠିତ ହେବ  । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେବେ  । ଯେଉଁଥିରେ ଏହି ଉତ୍ସବ ପାଳନ ପାଇଁ ଏକ ବର୍ଷର ଇଭେଣ୍ଟ କ୍ୟାଲେଣ୍ଡର ଆଲୋଚନା ହେବ  ।