Monday, November 16, 2026
Home ଆଞ୍ଚଳିକ ଅଭିନେତା Paul Ritterଙ୍କ ଦେହାନ୍ତ

ଅଭିନେତା Paul Ritterଙ୍କ ଦେହାନ୍ତ

10

ନୂଆଦିଲ୍ଲୀ ,୦୭/୦୪/୨୧ (ଜିଲ୍ଲା ଖବର) : ହଲିଉଡର ପ୍ରସିଦ୍ଧ ଅଭିନେତା Paul Ritterଙ୍କ ଦେହାନ୍ତ ହୋଇଛି । ୫୪ ବର୍ଷ ବୟସରେ , ଗତ ସୋମବାର ଦିନ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦୀର୍ଘ ଦିନ ଧରି ସେ ବ୍ରେନ୍ ଟ୍ୟୁମର ରୋଗରେ ପିଡୀତ ଥିଲେ । ସେ ‘Harry Potter’ ଭଳି ଅନେକ୍ ସୁପରହିଟ ଫିଲ୍ମରେ ଅଭିନୟ କରିଛନ୍ତି । ଖବର ମୁତାବିକ୍‌, Paul Ritterଙ୍କ ପ୍ରତିନିଧି କହିଛନ୍ତି ଯେ, ‘କହିବା ପାଇଁ ବହୁତ୍ ଦୁଃଖ ଲାଗୁଛି ଯେ, ନିଜ ବାସଭବନରେ Paul Ritterଙ୍କ ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତ ହେବାପରେ ତାଙ୍କ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି । ଏହା ସହିତ ସେ ଆଗକୁ କହିଛନ୍ତି ଯେ, ସେ ଦିର୍ଘ ଦିନ ଧରି ବ୍ରେନ୍ ଟ୍ୟୁମରରେ ପିଡୀତ ଥିଲେ । ସେ ଥିଲେ ଜଣେ ପ୍ରଭାବଶାଳୀ ଅଭିନେତା । ସିନେମା ବ୍ୟତୀତ ସେ ଥିଏଟରରେ ମଧ୍ୟ କାମ କରିଛନ୍ତି । ସେ ଆମର ସବୁବେଳେ ମନେ ପଡିବେ ‘ ।ତାଙ୍କ ଦେହାନ୍ତ ହେବାର ଖବର ପାଇବା ପରେ ସମସ୍ତେ ଦୁଃଖ ପ୍ରକାଶ କରିଛନ୍ତି ।