
୦୭/୦୪/୨୧ (ଜିଲ୍ଲା ଖବର) : କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଏପରି ନିର୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ବଢୁଥିବା କୋଭି ସଂକ୍ରଣକୁ ଦୃଷ୍ଟିରେ ରଖି ଗତକାଲିଠୁ ରାଜଧାନୀରେ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି । ସେପଟେ କୋଭିଡ ନିୟମ ଗୁଡିକ ମଧ୍ୟ କଡାକଡି କରାଯାଇଛି । ଏନେଇ ହାଇକୋର୍ଟ କହିଛନ୍ତି ଯେ ମାସ୍କ ଏକ ସୁରକ୍ଷା କବଚ ଭଳି । ତେଣୁ ଏକୁଟିଆ ଗାଡି ଚଲାଇ ଯାଉଥିଲେ ବି ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସୂଚନାଯୋଗ୍ୟ, କାରରେ ଏକୁଟିଆ ଥିବା ସମୟରେ ମାସ୍କ ନପିନ୍ଧିବା ବେଳେ ଦିଲ୍ଲୀ ପୋଲିସ ଚାଲାଣ କାଟିଥିଲା । ଆଉ ସେ ଚାଲାଣ ଭରିବେ ନାହିଁ ବୋଲି କହିଥିଲେ । ପରେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା । ଯାହାର ଶୁଣାଣି କରିବାକୁ ଯାଇ କୋର୍ଟ ଏପରି ରାୟ ଦେଇଛନ୍ତି । ଏନେଇ ଦିଲ୍ଲୀ ହାଇକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ, କାରରେ ଏକୁଟିଆ ଥିଲେ ବି ମାସ୍କ ପିନ୍ଧିବା ଜରୁରୀ । ଦିଲ୍ଲୀରେ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଛି । ଗତ ମଙ୍ଗଳବାର 5100 ନୂଆ ପଜିଟିଭ ମାମଲା ସାମନାକୁ ଆସିଥିବାବେଳେ ଏବେ ସୁଦ୍ଧା 11 ହଜାର 113 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ରହିଛି ।


