Monday, November 16, 2026
Home ଆଞ୍ଚଳିକ ଭୁବନେଶ୍ୱର ରେଳ ଷ୍ଟେସନରୁ ପୁଣି ୩ ଯାତ୍ରୀ ପଜିଟିଭ

ଭୁବନେଶ୍ୱର ରେଳ ଷ୍ଟେସନରୁ ପୁଣି ୩ ଯାତ୍ରୀ ପଜିଟିଭ

13

ଭୁବନେଶ୍ୱର, ୦୭/୦୪/୨୧ (ଜିଲ୍ଲା ଖବର) : ଭୁବନେଶ୍ୱର ରେଳ ଷ୍ଟେସନରୁ ପୁଣି ୩ ଯାତ୍ରୀ ପଜିଟିଭ । ଚିହ୍ନଟ ସମସ୍ତ ୩ଜଣ ଆକ୍ରାନ୍ତ ବେଙ୍ଗାଲୁରୁ ଫେରନ୍ତା । ନିୟନ୍ତ୍ରଣ ବାହାରକୁ ଯାଉଛି ରେଳଷ୍ଟେସନ । ଚିନ୍ତା ବଢ଼ାଉଛନ୍ତି ଟ୍ରେନ ଯାତ୍ରୀ । ସ୍କ୍ରିନିଂ ଓ ଟେଷ୍ଟିଂରେ ରେଳବିଭାଗ ପକ୍ଷରୁ ସହଯୋଗ ମିଳୁନଥିବା ଅଭିଯୋଗ ହୋଇଛି । ଯେଉଁଭଳି ଭାବରେ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି, ଏହାକୁ ନେଇ ସମସ୍ତେ ଚିନ୍ତିତ । ଏଭଳି ସ୍ଥିତିରେ ରାଜ୍ୟରେ ମଧ୍ୟ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ମାମଲା 500 ଉପରେ ରହୁଛି । ତେବେ କରୋନା ଗାଇଡଲାଇନକୁ କଡା କଡି କରାଯାଇଛି । ଏହାକୁ ସମସ୍ତେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।