
କଟକ, ୦୭/୦୪/୨୧ (ଜିଲ୍ଲା ଖବର) : ଭିଜିଲାନ୍ସ ଜାଲରେ କଟକ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ । ବିଚିତ୍ରାନନ୍ଦ ଗାଡ଼ିରୁ ଏକ ଲକ୍ଷ 70 ହଜାର ଟଙ୍କା ଜବତ କଲା ଭିଜିଲାନ୍ସ ଡିଭିଜନ । ଟଙ୍କାର ମୂଳସୁତ୍ର ବାବଦରେ ସନ୍ତୋଷ ଜନକ ଉତ୍ତର ଦେଇ ପାରୁନାହାନ୍ତି ବିଚିତ୍ରାନନ୍ଦ । ଫଳରେ ବିଚିତ୍ରାନନ୍ଦଙ୍କୁ ଅଟକ ରଖି ଭିଜିଲାନ୍ସର ଜେରା ଜାରି ରଖିଛି । ଏହି ଟଙ୍କାକୁ ସେ ଲାଞ୍ଚ ବାବାଦରେ ସଂଗ୍ରହ କରିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ତେବେ କେଉଁ କାରଣ ପାଇଁ ଲାଞ୍ଚ ନେଉଥିଲେ ତାହ ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ ।



