କରୋନା ଆତଙ୍କ, ଓଡିଶାକୁ ଛତିଶଗଡ଼ର ଟେନସନ

3

ଝାରସୁଗୁଡା,୦୭/୦୪/୨୧ (ଜିଲ୍ଲା ଖବର) :  ଓଡିଶାକୁ ଛତିଶଗଡ଼ ଦେଲାଣି ଟେନସନ। ଛତିଶଗଡ଼ରେ ଦୈନିକ କରୋନା ସଂକ୍ରମଣ ହୁ ହୁ ବଢି ବଢି ଚାଲିଛି। ଗତ ୨୪ଘଣ୍ଟା ମଧ୍ୟରେ ସର୍ବାଧିକ କୋଭିଡ଼-୧୯ ଆକ୍ରାନ୍ତ ଚିହ୍ନଟ। ଛତିଶଗଡ଼ରେ ଦିନକରେ ୯ ହଜାର ୯୨୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପଶ୍ଚିମ ଓଡିଶାର  ଲୋକେ ରାୟପୁର ଉପରେ ନିର୍ଭରଶୀଳ ଥିବାରୁ ଓଡିଶା-ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇଛି । ରାଜ୍ୟ ସରକାର ମୁଖ୍ୟତଃ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୧୦ଟି ସୀମାନ୍ତ ଜିଲ୍ଲାଗୁଡ଼ିକରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି। ପଡ଼ୋଶୀ ଛତିଶଗଡ଼ ରାଜ୍ୟ ସହ ସଂଯୁକ୍ତ ଥିବା ଜିଲ୍ଲାଗୁଡ଼ିକରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ହେତୁ ଏହି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଅନ୍ୟପଟେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ  ସୀମାବର୍ତ୍ତୀ ଇଲାକାରେ ମାସ୍କ ଚେକିଂ କୁ କଡ଼ାକଡ଼ି କରାଯାଇଛି।