
ପୁରୀ, ୦୭/୦୪/୨୧ (ଜିଲ୍ଲା ଖବର) : ନାଗାବାବାଙ୍କୁ ପାଗଳ ବନେଇଦେଲେ ସରକାର । ଏସସିବି ମେଣ୍ଟାଲ ୱାର୍ଡରେ ଭର୍ତ୍ତି ହେଲେ ବାବା ବୈଷ୍ଣବ ପୁରୀ । କିଛିଦିନ ତଳେ ମାଡଖାଇ ଗିରଫ ହୋଇଥିଲେ ନାଗାବାବା । ଏହାପରେ ତାଙ୍କୁ ଚୌଦ୍ୱାର ଜେଲରେ ରଖାଯାଇଥିଲା । ତେବେ ତାଙ୍କୁ ପାଗଳ ବନାଇବାକୁ ଷଡଯନ୍ତ୍ର କରାଯାଉଥିବା ନେଇ ନାଗା ବାବା ଏକ ଚିଠି ଲେଖିଥିଲେ । ଯାହାକି ବେଶ୍ ଭାଇରାଲ ହୋଇଥିଲା । ଏବଂ ଶେଷରେ ଆଜି ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି । କିଛି ଦିନ ତଳେ ଭାଇରାଲ୍ ହୋଇଥିଲା ଚିଠି । ଚିଠିରେ ବୈଷ୍ଣବ ପୁରୀ ଉଲ୍ଲେଖ କରିଛନ୍ତି ତାଙ୍କୁ ରାଜନୈତିକ ଷଡଯନ୍ତ୍ରରେ ପାଗଳ ବନାଇବାକୁ ଉଦ୍ୟମ କରାଯାଉଛି । ଆଉ ସେୟା ହିଁ ହେଲା । କଟକ ବଡ଼ ଡାକ୍ତରଖାନାରେ ଏଇ ୱାର୍ଡରେ ଅଛନ୍ତି ନାଗା ବାବା । ଆଉ ସେ ଏବେ ମୌନ ବ୍ରତରେ । ଏବେ ଜଣେ ନାଗାସାଧୁଙ୍କ ପ୍ରତି ଏତେ ରାଗ କାହିଁକି, କାହିଁକି ତାଙ୍କ ନାଁରେ ପୋଲିସ ଲଗାଇଦେଲା 10ରୁ ଅଧିକ ଦଫା, ଏମିତି କି ଅପରାଧ କରିଦେଲେ ଯେ ଦଫା ଲଗାଇ ସଜାଇ ଦିଆଗଲା ପାଗଳ
କାରଣ ନମ୍ବର-1
ରଥଯାତ୍ରା ବନ୍ଦ ଷଡଯନ୍ତ୍ରର ପ୍ରତିବାଦ
ସରକାରଙ୍କ ରଥଯାତ୍ରା ବନ୍ଦ ଷଡଯନ୍ତ୍ର ବେଳେ ସାମ୍ନାକୁ ଆସିଥିଲେ ନାଗାବାବା । ଖୋଲାଖୋଲି ସରକାରଙ୍କୁ କରିଥିଲେ କଡା ସମାଲୋଚନା । ଅନର୍ଗଳ ଇଂରାଜୀରେ କହି ଲୋକପ୍ରିୟ ବି ହୋଇଥିଲେ ।
କାରଣ ନମ୍ବର-2
ଶ୍ରୀମନ୍ଦିର ନ ଖୋଲିବାର ଚାଲ୍ ବିରୋଧରେ ସ୍ବର
କରୋନୋର ବାହାନା କରି ଶ୍ରୀମନ୍ଦିର ଖୋଲୁନଥିଲେ ରାଜ୍ୟ ସରକାର । କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଦେଇଥିଲେ ଆଘାତ । ଆଉ ତା ବିରୋଧରେ ସ୍ବର ଉଠାଇଥିଲେ ବାବା ବୈଷ୍ଣବ ପୁରୀ । ଆଉ ସେଥିପାଇଁ ବି ଖପ୍ପା ଥିଲା କି ଶ୍ରୀମନ୍ଦିର ପ୍ରଶାସନ ଓ ସରକାର
କାରଣ ନମ୍ବର-3
ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଟାର୍ଗେଟ୍
କୁଆଡେ ଗଲା ରତ୍ନଭଣ୍ଡାର ପ୍ରସଙ୍ଗ, ଚାବି ହଜିବା ଘଟଣାରେ କମିଶନଙ୍କ ରିପୋର୍ଟ କାହିଁକି ହେଉନାହିଁ ସାର୍ବଜନୀନ, କାହିଁକି ଚାପି ଦିଆଗଲା ପ୍ରସଙ୍ଗକୁ, ଏନେଇ ବାରମ୍ବାର ସ୍ବର ଉଠାଇଥିଲେ ନାଗା ବାବା ଆଉ ତାର ଇଏ ରେଜଲ୍ଟ ନୁହେଁ ତ ରୋହିଣୀ କୁଣ୍ଡ କେବଳ ବାହାନା ପୁରୁଣା ଆକ୍ରୋଶରୁ ବାବାଙ୍କୁ ପାଗଳ ବନାଇଦିଆଯାଇଥିବା ଅଭିଯୋଗ ହୋଇଛି । ନାଗା ବାବା ବୈଷ୍ଣବ ପୁରୀଙ୍କ ନାଁରେ ଲାଗିଛି ଦଫା 294(B)(A),,352-353,,427,,506,295(A),,296,298 ଓ 30(A) ଦଫା ସହ ଶ୍ରୀଜଗନ୍ନାଥ ଟେମ୍ପୁଲ୍ ଆକ୍ଟ 1954 ଅନୁଯାୟୀ 4C ଓ 5E ।



