Wednesday, July 22, 2026
Home ଆଞ୍ଚଳିକ ଜଙ୍ଗଲ ପରେ ଏବେ ବିଲରେ ନିଆଁ

ଜଙ୍ଗଲ ପରେ ଏବେ ବିଲରେ ନିଆଁ

7

ବଲାଙ୍ଗୀର, ୦୭/୦୪/୨୧ (ଜିଲ୍ଲା ଖବର) :  ଜଙ୍ଗଲ ପରେ ଏବେ ବିଲରେ ନିଆଁ । କିଛି ଆସାଧୁ ବ୍ୟକ୍ତି ନିଜର ସ୍ୱାର୍ଥ ପୂରଣ ନିମନ୍ତେ ଚାଷ ଜମିରେ ନିଆଁ ଲଗାଉଥିବାବେଳେ ଗାଈ, ବଳଦ, ମଇଁଷି ଇତ୍ୟାଦି ଜୀବଜନ୍ତୁ ଖାଦ୍ୟ ଅଭାବରୁ ହନ୍ତସନ୍ତ ହେଉଛନ୍ତି । ବିଶେଷ କରି ବଲାଙ୍ଗୀର ଜିଲ୍ଲାର ପୁଇଁନ୍ତଳା ବ୍ଲକ ଅଞ୍ଚଳରେ ଏଭଳି ଗୋଚର ଜମିରେ କିଛି ଅସାଧୁ ବ୍ୟକ୍ତି ନିଆଁ ଲଗାଉଛନ୍ତି । ଗତକାଲି ପୁଇଁନତାଳ ବ୍ଲକର ଠେଲକୋମୁଣ୍ଡା ଗାଁର ଚାଷଜମି ସହ ଗୋଚର ଜମିରେ ନିଆଁ ଲାଗିଥିଲା । ନିଆଁକୁ ଆୟତ କରିବା ପାଇଁ ଗାଁର ଯୁବକ ମାନେ ବହୁ ପ୍ରୟାସ କରିବା ପରେ ଶେଷରେ ନିଆଁକୁ ଆୟତ କରିଥିଲେ ।