
ସମ୍ୱଲପୁର,୦୭/୦୪/୨୧ (ଜିଲ୍ଲା ଖବର) : ବୁର୍ଲା ମେଡିକାଲ କଲେଜକୁ ପଶିଲା କରୋନା । ମେଡିକାଲ କଲେଜର ଏମବିବିଏସ ଚତୁର୍ଥ ବର୍ଷର ଜଣେ ଛାତ୍ରୀ ପଜିଟିଭ ଚିହ୍ନଟ ହୋଇଥିବା ମେଡିକାଲ ଅଧ୍ୟକ୍ଷା ଡା ଜୟଶ୍ରୀ ଦୋରା ସୂଚନା ଦେଇଛନ୍ତି । ତେବେ ଛାତ୍ରୀ ଜଣକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ହୋମ ଆଇସୋଲେସନ ଅଛନ୍ତି । ଯେଉଁ ହଷ୍ଟେଲରେ ରହୁଥିଲେ ସେ ହଷ୍ଟେଲକୁ ସେନିଟାଇଜ କରାଯିବା ସହ ତାଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ଜାରି ରହିଛି । ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଏଭଳି ସ୍ଥିତିରେ ସଂକ୍ରମଣ ମାମଲା ବଢ଼ୁଥିବା କାରଣରୁ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।



