
ଭୁବନେଶ୍ୱର, ୦୭/୦୪/୨୧ (ଜିଲ୍ଲା ଖବର) : ବାପା ହେଲେ ଓଲିଉଡ ଅଭିନେତା ବାବୁସାନ୍ ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ମଙ୍ଗଳବାର ସଂଧ୍ୟାରେ ବାବୁସାନ୍ଙ୍କ ପତ୍ନୀ, ତୃପ୍ତି ଶତପଥି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ତାଙ୍କର ପୁତ୍ର ସନ୍ତାନ ହେବାର ଖବର ପାଇବା ପରେ, ଓଲିଉଡ ସମେତ ବିଭିନ୍ନ ମହଲରୁ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଉଭୟ ମା’ ଏବଂ ପୁଅ ସୁସ୍ଥ ଅଛନ୍ତି । ଖୁବ୍ ଶୀଘ୍ର ସେମାନେ ହସ୍ପିଟାଲରୁ ଡିସ୍ଚାର୍ଜ ହେବା ନେଇ ସୂଚନା ରହିଛି । ଅନ୍ୟପଟେ କରୋନା କଟକଣାକୁ ଦୃଷ୍ଟିରେ ରଖି କେହି ହସ୍ପିଟାଲ ଯାଇପାରୁ ନାହାଁନ୍ତି । ପ୍ରକାଶ ଥାଉକି, ଓଲିଉଡର ସୁପରଡୁପର ହିଟ୍ ଯୋଡି ଉତ୍ତମ – ଅପରାଜିତାଙ୍କ ପୁଅ ବାବୁସାନ୍ , ଗତ ୨୦୧୪ ମସିହାରେ ତାଙ୍କର ବାନ୍ଧବୀ ତୃପ୍ତି ଶତପଥିଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବାବୁସାନ୍ ତାଙ୍କ ଫିଲ୍ମ କ୍ୟାରିୟରେ ଅନେକ୍ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟ୍ଟି ଦେଇଛନ୍ତି । ଆକ୍ସନ୍,ରୋମାନ୍ସ ହେଉବା କମେଡି,ସବୁ ଭୂମିକାରେ ସେ ଦର୍ଶକଙ୍କୁ ତାଙ୍କ ଅଭିନୟର ଯାଦୁରେ ବାନ୍ଧି ରଖନ୍ତି । ତାଙ୍କ ଅଭିନୟକୁ ଦର୍ଶକ ବେଶ ପସନ୍ଦ କରିବା ସହିତ ପ୍ରଶଂସା ମଧ୍ୟ କରନ୍ତି ।


