Friday, November 20, 2026
Home ଆଞ୍ଚଳିକ ରେପୋ ରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ, ବଦଳିଲାନି ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି

ରେପୋ ରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ, ବଦଳିଲାନି ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି

8

୦୭/୦୪/୨୧ (ଜିଲ୍ଲା ଖବର) : ରେପୋ ରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ । ବଦଳିଲାନି ରିଜର୍ଭ ବ୍ୟାଙ୍କର ମନିଟାରୀ ପଲିସି । ସୂଚନା ଦେଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ରେପୋ ରେଟ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ ୩.୩୫ ରହିଲା । ଏବେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଅର୍ଥ ବ୍ୟବସ୍ଥାରେ ଅନିଶ୍ଚିତତା ବି ଦେଖାଦେଇଛି । ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ମୁଦ୍ରାନୀତି ସମୀକ୍ଷା କରି ସୁଧହାର ଅପରିବର୍ତ୍ତିତ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ । ୨୦୨୨ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତିର ସମୀକ୍ଷା କରି ରେପୋରେଟକୁ ୪ ପ୍ରତିଶତରେ ଅପରିବର୍ତ୍ତିତ ରଖିଛନ୍ତି । ସେହିପରି ରିଭର୍ସ ରେପୋ ୩.୩୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ ଜିଡିପିରେ ୧୦.୫ ପ୍ରତିଶତ ଆକଳନ କରିଛି ଆରବିଆଇ । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ବିଶ୍ୱ ଅର୍ଥନୀତିରେ ସୁଧାର ଆସୁଛି । ଦେଶରେ ବି ଅର୍ଥ ବ୍ୟବସ୍ଥାରେ ସୁଧାର ହେଉଛି ।