Monday, November 16, 2026
Home ଆଞ୍ଚଳିକ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା 45 ଏବଂ ତଦୁର୍ଦ୍ଧ ବୟସର ସମସ୍ତ କର୍ମଚାରୀଙ୍କୁ ଟୀକା ନେବାକୁ...

କେନ୍ଦ୍ର ସରକାରଙ୍କ ଅଧିନରେ ଥିବା 45 ଏବଂ ତଦୁର୍ଦ୍ଧ ବୟସର ସମସ୍ତ କର୍ମଚାରୀଙ୍କୁ ଟୀକା ନେବାକୁ ପରାମର୍ଶ

20

ନୂଆଦିଲ୍ଲୀ, ୦୭/୦୪/୨୧ (ଜିଲ୍ଲା ଖବର) : କରୋନାର ବିସ୍ତାରକୁ ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା 45 ଏବଂ  ତଦୁର୍ଦ୍ଧ ବୟସର ସମସ୍ତ କର୍ମଚାରୀଙ୍କୁ ଟୀକାକରଣ କରିବାକୁ ପରାମର୍ଶ ଦିଆଯାଇଛି। ପର୍ସୋନାଲ, ସାଧାରଣ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ ଦ୍ଵାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବାରମ୍ବାର ହାତ ଧୋଇବା, ମାସ୍କ କିମ୍ବା ଫେସ୍ କଭର ପିନ୍ଧିବା ଏବଂ ସାମାଜିକ ଦୂରତା ଇତ୍ୟାଦି କରିବା ପାଇଁ ନିର୍ଦ୍ଦେଶ ହୋଇଛି । ସରକାର ଏହି ପରିସ୍ଥିତିକୁ ଅତି ନିକଟରୁ ନଜର ରଖିଛନ୍ତି ଏବଂ କରୋନାର ହ୍ରାସ ପାଇଁ ଟୀକାକରଣକୁ ପ୍ରାଧାନ୍ୟ ଦେଇଛନ୍ତି। ବର୍ତ୍ତମାନ 45 ବର୍ଷରୁ ଅଧିକ ବୟସର ସମସ୍ତ ବ୍ୟକ୍ତି ଟୀକାକରଣରେ ଅଂଶଗ୍ରହଣ କରିପାରିବେ।