
ଭୁବନେଶ୍ଵର,୦୭/୦୪/୨୧ (ଜିଲ୍ଲା ଖବର) : ରାଜ୍ୟରେ କରୋନା ସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା କରିଛନ୍ତି। ସତର୍କ ରହିବାକୁ ରାଜ୍ୟବାସୀଙ୍କୁ ନବୀନ ଅନୁରୋଧ କରିଛନ୍ତି। ଆଗାମୀ 10 ଦିନ ଯାଏଁ ଅମାନିଆଙ୍କ ପ୍ରତି ପୋଲିସ ଅଧିକ କଠୋର ହେବ। କୋଭିଡ କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି। ପଶ୍ଚିମ ଓଡ଼ିଶାକୁ ମୁଖ୍ୟ ସଚିବଙ୍କ ସହ, ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କୁ ପଶ୍ଚିମ ଓଡ଼ିଶା ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରାଉଣ୍ଡରେ ସ୍ଥିତି ଦେଖି ପଦକ୍ଷେପ ନିଆଯିବାକୁ କୁହାଯାଇଛି ।


