
୦୭/୦୪/୨୧ (ଜିଲ୍ଲା ଖବର) : ମହାମାରୀ କରୋନା ଯୋଗୁଁ ଟୋକିଓ ଅଲମ୍ପିକରୁ ଓହରିଲା ଉତ୍ତର କୋରିଆ। ଦେଶର ସ୍ପୋର୍ଟ୍ସ ମିନିଷ୍ଟ୍ରି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ଥରକୁ ମିଶାଇ ଦ୍ଵିତୀୟ ଥର ପାଇଁ ଅଲମ୍ପିକ ପ୍ରତିଯୋଗିତାରେ ଉତ୍ତର କୋରିଆ ଅଂଶଗ୍ରହଣ କରିବ ନାହିଁ । ପୂର୍ବରୁ 1988 ଅଲମ୍ପିକରେ ଉତ୍ତର କୋରିଆ ଅଂଶଗ୍ରହଣ କରି ନଥିଲା ।


