Friday, November 20, 2026
Home ଆଞ୍ଚଳିକ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ବିଧାନସଭା ପାଇଁ ମତଦାନ ଶେଷ

ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ବିଧାନସଭା ପାଇଁ ମତଦାନ ଶେଷ

9

୦୭/୦୪/୨୧ (ଜିଲ୍ଲା ଖବର) : ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀ ବିଧାନସଭା ପାଇଁ ମତଦାନ ଶେଷ ହୋଇଛି । ଏହା ସହ ପଶ୍ଚିମବଙ୍ଗର ତୃତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ବେଙ୍ଗଲରେ ସାଢେ ଛଟା ସୁଦ୍ଧା 77.68 ପ୍ରତିଶତ ମତଦାନ ହୋଇଛି । ସେହିପରି ଆସମରେ 69.95 ପ୍ରତିଶତ, କେରଳରେ 69.95 ପ୍ରତିଶତ, ପୁଡୁଚେରୀରେ 78.03 ପ୍ରତିଶତ, ଏବଂ ତାମିଲନାଡୁରେ 65.11 ପ୍ରତିଶତ ମତଦାନ ହୋଇଛି । ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ, ଯାହା ଏପ୍ରିଲ ୨୯ରେ ଶେଷ ହେବ। ସମସ୍ତ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳ ପୁଡୁଚେରୀରେ ମେ’ ୨ ରେ ମତଗଣନା ହେବା ସହ ଫଳାଫଳ ପ୍ରକାଶ ପାଇବ ।