Tuesday, November 17, 2026
Home ଆଞ୍ଚଳିକ କାର ଭିତରୁ 117 କେଜି ଗଞ୍ଜେଇ ଜବତ

କାର ଭିତରୁ 117 କେଜି ଗଞ୍ଜେଇ ଜବତ

7

ବ୍ରହ୍ମପୁର,୦୭/୦୪/୨୧ (ଜିଲ୍ଲା ଖବର) : କାର ଭିତରୁ 117 କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । 326 ନଂ ଜାତୀୟ ରାଜପଥର  ମୌଳାଭଣଜା ବ୍ରିଜ ନିକଟରୁ  ଦିଗପହଣ୍ଡି ପୋଲିସ ଏହି ଗଞ୍ଜେଇ ବୋଝେଇ କାରକୁ ଜବତ କରିଥିବା ଜଣାପଡିଛି । ଥାନା ଅଧିକାରୀ ଭୋର ସମୟରେ ଉକ୍ତ ଗଞ୍ଜେଇ ବୋଝେଇ କାରକୁ ପିଛା କରି କାରଟିକୁ କାବୁ କରିଥିଲେ ।  କାରଟିକୁ ଖାନ ତଲାସ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା।ଗଞ୍ଜେଇ  ଚୋରା ଚାଲାଣ ମାମଲା ରେ ସମ୍ପୃକ୍ତ ଥିବା କଂସମାରୀ ଗ୍ରାମର ସୁଦର୍ଶନ ଦୋରା ଓ   ପାଟପୁର ଥାନା କତାପଲ୍ଲୀ ଗ୍ରାମର ଗାଡି ଚାଳକ ତଥା କାର ମାଲିକ ରଞ୍ଜିତ ଗୌଡ଼ ଙ୍କୁ ଗିରଫ କରିଛନ୍ତି। ଆଜି ଉଭୟ ଅଭିଯୁକ୍ତଙ୍କୁ  କୋର୍ଟ କୁ ଚାଲାଣ କରାଯିବ  ।