
ଅନୁଗୁଳ,୦୭/୦୪/୨୧ (ଜିଲ୍ଲା ଖବର) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳ ଚନ୍ଦ୍ରପୁରୁ ଗ୍ରାମରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ସାଇକେଲ ଆରୋହୀଙ୍କୁ ମଧ୍ୟ ଆକ୍ରମଣ କରିଛି ହାତୀ । ମୃତକ ହେଲେ ସେହି ଗ୍ରାମର ସୁଆଗି ସେଠୀ ଓ କାଠିଆ ପାଣିଗ୍ରାହୀ । ସୁଆଗି ଆଜି ସଖାଳେ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଦନ୍ତା ଆକ୍ରମଣର ଶିକାର ହୋଇଥିଲା । ହାତୀଟି ମହିଳା ଜଣଙ୍କୁ ଘଟଣା ସ୍ଥଳରେ ମାରିଦେଇଥିବା ସୂଚନା ରହିଛି । ଖବର ପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ଛାନଭିନ୍ କରୁଛି ।



