
ଅନୁଗୁଳ, ୦୭/୦୪/୨୧ (ଜିଲ୍ଲା ଖବର) : ଅନୁଗୁଳରେ ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲା ବିଜେଡି । ଟିଟିପିଏସ ବନ୍ଦ ପ୍ରସଂଘରେ ଆଜି ସକାଳ 6 ଟା ଠାରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ଅନୁଗୁଳ ଜିଲ୍ଲା । ଏହି ନିମନ୍ତେ ଗତକାଲି ସନ୍ଧ୍ୟାରେ ବିଜେଡି ପକ୍ଷରୁ ଏକ ବାଇକ ଶୋଭାଯାତ୍ରରେ ବାହାରି ବିଜେଡି କାର୍ଯ୍ୟକର୍ତା ମାନେ ଲୋକଙ୍କୁ ବନ୍ଦରେ ସାମିଲ ହେବାକୁ ଅନୁରୋଧ କରିଥିବା ଦେଖିବାକୁ ମିଳିଥିଲା । ଆଜି ବନ୍ଦ ଯୋଗୁଁ ଅନୁଗୁଳ ବସ ଷ୍ଟାଣ୍ଡରୁ କୌଣସି ବସ ଚଳା ଚଳ ହୋଇନଥିବା ଦେଖିବାକୁ ମିଳିଚି । ସଦର ମହକୁମା ରେ ଥିବା ପ୍ରାୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ତେବେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଅନୁଷ୍ଠିତ ପ୍ରିଟେଷ୍ଟ ପରୀକ୍ଷା ପୂର୍ବ ନିର୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଚାଲୁ ରହିଛି । ଛାତ୍ରଛାତ୍ରୀ ମାନେ ସକାଳୁ ସକାଳୁ ହିଁ ସ୍କୁଲ ପରିସର କୁ ଆସୁଥିବା ଦେଖିବାକୁ ମିଳିଛି । ବିଶେଷ ଭାବେ ଜାତୀୟ ରାଜପଥ 55 ର ହୁଲୁରିସିଂହା ଠାରେ ଦଳୀୟ କର୍ମୀମାନେ ରାଜପଥ ଅବରୋଧ କରିଥିବାରୁ ଯାତାୟାତ ସମ୍ପୂର୍ଣ୍ଣ ରୂପେ ଠପ ହୋଇ ଯାଇଛି । ସେପଟେ ଅତ୍ୟାବଶ୍ୟକ ସେବା ଗୁଡିକୁ ଏହି ବନ୍ଦରୁ ବାଦ ଦିଆଯାଇଛି ।



