
ଚନ୍ଦ୍ରପୁର,୭/୦୪(ଜିଲ୍ଲା ଖଵର) : ରାୟଗଡା ଜ଼ିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମା ବସ ଷ୍ଟାଣ୍ଡ ଠାରେ ଥିବା ସଳlର ପମ୍ପ ପାଣି ଟାଙ୍କି ନଳକୂପ ଠାରେ ଅଳିଆ ଆବର୍ଜନା ରେ ପରିପୂର୍ଣ୍ଣ ହୋଇ ପାଣି ଜମି ମଶା ମାଛି ପରିପୂର୍ଣ ହୋଇଥିବଦେଖିବାକୁମିଳିଛି l ଏହି ଭଳି ପାଣି ଜମିବା ଦେଖି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଉଛି l

ସେପଟେ କରୁନା ମହାମାରୀ ଦ୍ୱିତୀୟ ଲହରୀ ର ଭୟଏପଟେ ମେଲେରିଆ ଲୋକଙ୍କ ମନର ଭୟ ଏହି ବସ ସାଣ୍ଡା ଠାରେ ବିଭିନ୍ନ ଗ୍ରାମରୁ ଲୋକ ଆସି ବସ ଜଗି ରହିବା ସହ ପାଣି ପିଉଛନ୍ତି l ଏବଂ ଗ୍ରାମର ଲୋକ ପିଇବା ପାଇଁ ଘରକୁ ପାଣି ନେଉଛନ୍ତି l ହେଲେ ନଳକୂପ ଠାରେ ପାଣି ଜମି ରହିଯାଉଛି l ସେହି ଅଳିଆ ଆବର୍ଜନା ମିର୍ଶିତପାଣି ଲୋକ ନେଉଛନ୍ତି l ଏଣୁ ପ୍ରଶାସନ ବସ ସାଣ୍ଡା ର ଏହି ନଳକୂପ ର ଅଳିଆ ପାଣି ଯିବାର ଡ୍ରେନ ସୁବିଧା କରିବା ନିମନ୍ତେ ଜନସାଧାରଣ ନିବେଦନ କରୁଛନ୍ତି ।
ରିପୋର୍ଟ,କୈଳାସ ମାଳାବିଶୋଇ






