
ବିଷମକଟକ,୬/୦୪(ଜିଲ୍ଲା ଖଵର) : ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ଜିଲ୍ଲା ପରିଷଦ ସଭ୍ଯ, ବୁଦ୍ଧିଜୀବୀ,ଯୁବ-ଛାତ୍ର,ଶିକ୍ଷକ,ସାଧାରଣ ନାଗରିକ, ସମସ୍ତ ସାମ୍ବାଦିକ ବନ୍ଧୁଯୋଗଦେଇ ନକ୍ସଲଙ୍କ ବର୍ବରଚିତ ଆତଙ୍କରାଜ ବିରୁଦ୍ଧରେ ଦୃଢ ପ୍ରତିବାଦ କରିଥିଲେ l
ଭାରତ ବର୍ଷରେ ବୀର ଯବାନ ମାନଙ୍କ ବଳିଦାନ କେବେ ବ୍ୟର୍ଥ ଯିବନି ବୋଲିବିଶିଷ୍ଟବ୍ୟକ୍ତିମାନେ ମତପୋଷଣ କରିଥିଲେ l
ଏହି କ୍ୟାଣ୍ଡେଲ ଶୋଭାଯାତ୍ର ସ୍ଥାନୀୟ ଦୁର୍ଗା ମନ୍ଦିର ଠାରୁ ବାହାରି ସହର ପରିକ୍ରମା ପରେ ଗୋପବନ୍ଧୁ ପାର୍କ ଠାରେ ଏକ ନିରବ ଶୋକ ସଭାର ଆୟୋଜନ କରାଯାଇ ଥିଲା ।
ସହୀଦ ବୀର ଯବାନ ମାନଙ୍କ ଅମର ଆତ୍ମାର ସଦଗତି ପାଇଁ ସମବେତ ପ୍ରାର୍ଥନା କରାଯାଇଥିଲା l




