
ସୁନ୍ଦରଗଡ,୬/୦୪(ଜିଲ୍ଲା ଖଵର) : ଗତ 4 ତାରିଖ ଦିନ ଛତିଶଗଡ଼ର ସୁକମା ଓ ବିଜାପୁର ସୀମାସ୍ଥିତ ଟେକଲଗୁଡା ଗାଁ ନିକଟରେ ମାଓବାଦୀଙ୍କ ସହ ଗୁଳି ବିନିମୟରେ ଶହୀଦ ହୋଇଥିବା ବୀର ଯବାନ ମାନଙ୍କୁ ହୃଦୟରୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇ ଓ ଆହତ ଯବାନଙ୍କ ଶୀଘ୍ର ଆରୋଗ୍ୟ କାମନା କରି ଜ଼ିଲ୍ଲା ଓକିଲ ସଂଘ ସୁନ୍ଦରଗଡ଼ ତରଫରୁ ଆଜି ସନ୍ଧ୍ୟା 6.30 ଘଟିକା ସମୟରେ ଜ଼ିଲ୍ଲା ଓକିଲ ସଂଘ ପରିସର ସମ୍ମୁଖରୁ ଏକ ବିରାଟ ମହମବତୀ ଶୋଭାଯାତ୍ରା ବାହାରି ସରକାରୀ ବସଷ୍ଟାଣ୍ଡ ଛକ ଦେଇ ଡ଼ି. ଆର. ଡ଼ି. ଏ ଛକ ପହଞ୍ଚିଥିଲା ସେଠାରେ ପହଂଚି ମହମବତୀ ଗୁଡିକୁ ରଖାଯାଇଥିଲା ଓ ଶହୀଦ ଯବାନ ମାନଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ୨ ମିନିଟ ର ନିରବ ପ୍ରାର୍ଥନା କରାଯାଇଥିଲା l

ଆଜିର କାର୍ଯ୍ୟକ୍ରମ ରେ ଯୋଗଦେଇ ଥିଲେ ଜ଼ିଲ୍ଲା ଓକିଲ ସଂଘ ର ସଭାପତି ସୁକାନ୍ତ କୁମାର ମହାପାତ୍ର,ପୂର୍ବତନ ସଭାପତି କମଳ ଲୋଚନ ସେନ, ବରିଷ୍ଠ ଆଇନଜୀବି ଅଶୋକ କୁମାର ଦାସ, ଉପସଭାପତି ନରେଶ କୁମାର ନାଏକ, ସମ୍ପାଦକ ଅଶୋକ କୁମାର ସ୍ୱାଇଁ,ସହ ସମ୍ପାଦକ ପ୍ରଣବ ହାତୀ, କୋଷାଧକ୍ଷ ରବୀନ୍ଦ୍ର ମାଳି, କାର୍ଯ୍ୟକାରୀ ସଦସ୍ୟ ସତ୍ୟଜିତ ନାଏକ, ଗୌତମ ହାତୀ,Welfare କମିଟି ସଦସ୍ୟ ରଘୁନାଥ ପଣ୍ଡା, ଅଞ୍ଜନା ସାହୁ ସମେତ ବରିଷ୍ଠ ଆଇନଜୀବି କିଶୋର କୁମାର ନାଏକ,ଧର୍ମେଶ କୁମାର ପଟେଲ, ପ୍ରଦୀପ ମହାପାତ୍ର, ସୁରେନ୍ଦ୍ର ନାରାୟଣ ନାଏକ, ନିରଜ ସାମନ୍ତରାୟ, ଅରୁଣ ଯୋଶୀ, ନନ୍ଦଲାଲ ପଟେଲ, ନିହାର ରଞ୍ଜନ ନନ୍ଦୀ, ଅଶୋକ ନାଏକ,ବୁଧଦେବ ନାଏକ, ଉମା ଶଙ୍କର ପଟେଲ,ବାସୁଦେବ ପାଣ୍ଡେ,ମନୋଜ ମହାରଣା, ବିକାଶ ନାଏକ,ପ୍ରିତିଶ ମିଶ୍ର, ସଞ୍ଜୟ ମାଝୀ, ନୃସିଂହ କିସାନ,ସୁଶାନ୍ତ ସେଠି, ବାଦଲ ଚୌଧୁରୀ, ନିହାର ରଥ, ଚତୁର୍ଭୁଜ ନାଏକ, ସୁଶାନ୍ତ ପାଣ୍ଡେ,ରଞ୍ଜିତ ସ୍ୱାଇଁ, ପ୍ରତିମା ମିଶ୍ର, ପ୍ରଭାତୀ ଯୋଶୀ, ସୁପ୍ରଭା ପଟେଲ, ସରିତା ପଟେଲ, ଅଞ୍ଜନା ସାହୁ, ଅନୁସୟା ନାଏକ, ବାସନ୍ତୀ ବାରିକ, ସୁନୀତା ପଟେଲ, ଗୀତା ପଟେଲ,ଜ୍ୟୋତି ଲକ୍ଷ୍ମୀ ତାଣ୍ଡିଆ, ମୋହରୀର ସଂଘ ତରଫରୁ ଯୋଗଦେଇଥିଲେ ସଭାପତି ପ୍ରଦୀପ ଗୁରୁ, ଦୀନବନ୍ଧୁ ପୃସେଠ, ରାଜୁ ଷଣ୍ଢ, ଦିଲୀପ କାଲୋ, ନେପାଳ କାଲୋ ସମେତ ଅନ୍ୟ ବହୁତ ଜ଼ିଲ୍ଲା ଓକିଲ ସଂଘ ସଦସ୍ୟ ମାନେ ଅଂଶଗ୍ରହଣ କରିଥିଲେ l
ବିଶ୍ବରଂଜନ ହୋତା,ସୁନ୍ଦରଗଡ଼



