
ବିଷମକଟକ,୬/୦୪(ଜିଲ୍ଲା ଖଵର) : ଚାଷୀଙ୍କୁ ଚାଷକ୍ଷେତ୍ରରେ ଉନ୍ନତି କରିବା ଏବଂ ରୋଜଗାର ବାଟ ଦେଖାଇବା , ରାସ୍ତା ଘାଟ, ପାନୀୟ ଜଳର ବ୍ୟବସ୍ଥା , ଓ ଡଙ୍ଗରିଆ ଆଦିବାସୀ ପାଇଁ ଡଙ୍ଗରିଆ କନ୍ଦ ଉନ୍ନୟନ ପ୍ରକଳ୍ପ ( ଓପିଲିପି ) ତରଫରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଯୋଗାଇ ଦେଇଛି ଚାଟିକଣା ଡିକେଡିଏ ପ୍ରଜେକ୍ଟ ର ଓପିଲିପି ସସ୍ଥା ।

ପନିପରିବା ଠାରୁ ଆରମ୍ଭ କରି ଡଙ୍ଗରିଆ ମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଇଛି ଓପିଲିପି ଜାତୀୟ ବିହନ ମଧ୍ୟ ଯୋଗାଇ ବାରେ ଶ କ୍ଷମ ହେଇଛି। ବିଭିନ୍ନ ପ୍ରକାର ପନିପରିବା , ସୂର୍ଯ୍ୟ ମୁଖୀ ଓ ବିଭିନ୍ନ ପ୍ରକାର ଫସଲ ଅଧିକପରିବା ଅମଳ କରି ବହୁତ ଖୁସି ଅନୁଭବ କରୁଛନ୍ତି ଡାଲିଆ କୁଜି ପଚାୟତର ସମସ୍ତ ଚାଷୀ।ବିଗତ 20 ବର୍ଷ ତଳେ ଏହାର କୈଣସି ଉନ୍ନତି ହୋଇ ନଥିଲା।କାରଣ ସେହି ସମୟରେ କେତେକ ଅଫିସର ମାନେ ଡଙ୍ଗରିଆ ଆଦିବାସୀ ମାନଙ୍କ ନାରେ କୋଟି କୋଟି ଟଙ୍କା ଲୁଟି ଚାଲି ଥିଲେ। ଏବଂ ସେହି ସମୟରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମଧ୍ୟ ଚଢ଼ାଉ କରାଯାଇଥିଲା।ବର୍ତ୍ତମାନ ଏବେ ସବୁ କ୍ଷେତ୍ର ରେ ଉନ୍ନତି କରିବା ରେ ସଫଳ ହୋଇଛି ଡିକେଡିଏ ର ଓପିଲିପି ସସ୍ଥା ।

ଏ ହେଉଛି ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଡାଲିଆକୁଜି ଗ୍ରାମ ପଚାୟତ।l ଏ ଅଞ୍ଚଳରେ ପ୍ରାୟତଃ ଆଦୀମ ଜନଜାତି ଡଙ୍ଗରିଆ କନ୍ଦ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି ଓ ଚାଷ ଉପରେ ନିର୍ଭରଶୀଳ କରନ୍ତି ଚାଷୀଙ୍କୁ ସ୍ବାବଲମ୍ବି କରିବାପାଇଁ ଆଳୁ,ପିଆଜ,କାନ୍ଦୁଲ, ଟମାଟ, ଫୁଲକବି ଆଦି ପନିପରିବା ଜାତୀୟ ବିହନ ଡଙ୍ଗରିଆ କନ୍ଦ ଉନ୍ନୟନ ପ୍ରକଳ୍ପ ସଂସ୍ଥା (ଓପିଲିପି) ମାଧ୍ୟମରେ ଏ ଅଞ୍ଚଳର ଚାଷୀଙ୍କ ବିକାଶ ପାଇଁ ବିଭିନ୍ନପ୍ରକାରର ପନିପରିବା ଜାତୀୟ ବିହନ ଯୋଗେଇ ଦିଆଯାଉଛି । ସେହି ବୀହନ ରୁ ଅଧିକ ଫସଲ ଅମଳ କରି ଅଧିକ ଟଙ୍କା ଆଦାୟ କରୁଛନ୍ତି ସ୍ଥାନୀୟ ଚାଷୀ ମାନେ। ଓ କଚରଲା ଠାରୁ ତାଣ୍ଡା ଓ ତଳ ଦୁଆରଗୁଡି ଠାରୁ ଡପର ଦୁଆରଗୁଡି ପର୍ଯ୍ୟନ୍ତ ଓପିଲିପି ତରଫରୁ ଏନ୍ ଆର ଯିଏସ୍ ମାଧ୍ୟମରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଓ ସୋଲାର ଯୋଗେ ପାନୀୟ ଜଳଯୋଗାଣ ର ମଧ୍ୟ ସୁବିଧା ଯୋଗାଇ ଦେଇଛି ଏହି ଓପିଲିପି ସସ୍ଥା ।ଏହି ମହନ କାର୍ଯ୍ୟ କୁ ଦେଖି ବେଶ ଖୁସି ଅନୁଭବ କରୁଛନ୍ତି ଡାଲିଆ କୁଜି ପଚାୟତର ସମସ୍ତ ଡଙ୍ଗରିଆ ଆଦିବାସୀ ଓ ଜନସାଧାରଣ ମାନେ।
ରିପୋର୍ଟ, ପ୍ରସନ କୁମାର ପଣ୍ଡା








