Tuesday, November 17, 2026
Home ଆଞ୍ଚଳିକ ପିଲାଙ୍କ ମୁଣ୍ଡନ ଲାଗି ଯାଉଥିଲେ ମନ୍ଦିର, ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍

ପିଲାଙ୍କ ମୁଣ୍ଡନ ଲାଗି ଯାଉଥିଲେ ମନ୍ଦିର, ଘାଟିରେ ଓଲଟିଲା ପିକ୍ଅପ୍ ଭ୍ୟାନ୍

14

ବ୍ରହ୍ମପୁର, ୦୬/୦୪/୨୧ (ଜିଲ୍ଲା ଖବର) :  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିକଟ ବାଲେଶ୍ୱର ଘାଟିରେ ସଡ଼କ ଦୁର୍ଘଟଣା  । ପିଲାଙ୍କ ମୁଣ୍ଡନ ପାଇଁ ଗଲାବେଳେ ଓଲଟି ପଡିଲା ପିକଅପ୍ ଭ୍ୟାନ୍‌  । ଦୁର୍ଘଟଣାରେ 10 ଆହତ ହୋଇଥିବା ବେଳେ 2 ଜଣ ଗୁରୁତର ଅଛନ୍ତି  । ସମସ୍ତ ଆହତଙ୍କୁ ଦିଗପହଣ୍ଡି ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି  । ଖବର ଅନୁଯାୟୀ,  ଦିଗପହଣ୍ଡି ବ୍ଲକ ବି. ତୁରିବୁଡି ପଞ୍ଚାୟତ ପର୍ବତ ଶିଖରରେ ଥିବା ମା ନିଜବାଙ୍କେଶ୍ବରୀଙ୍କ ପୀଠରେ ମଙ୍ଗଳବାରରେ ଭକ୍ତଙ୍କ ସମାଗମ ହୋଇଥାଏ । ଆଜି ୨ୟ ମଙ୍ଗଳବାର ହୋଇଥିବାରୁ ଅଧିକାଂଶ ଲୋକ ନିଜ ପିଲାଙ୍କ ମୁଣ୍ଡନ ପାଇଁ ଯାଇଥାନ୍ତି । ଏହିପରି ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ୧୦ରୁ ଅଧିକ ଲୋକ ଯାଉଥିଲେ । କିନ୍ତୁ ବାଲେଶ୍ୱର ଘାଟି ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଯାଇଛି । ଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ପ୍ରାୟ ୧୦ଜଣରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଦିଗପହଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ୨ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।