
କନ୍ଧମାଳ, ୦୬/୦୪/୨୧ (ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା କୋଟଗଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିରରୁ ଚୋରି l ଗତକାଲି ବିଳମ୍ବିତ ରାତ୍ରିରେ କେହି ଦୁର୍ବୃତ୍ତ ମନ୍ଦିର ମଧ୍ୟରେ ପ୍ରବେଶ କରି ଚୋରି କରି ନେଇଥିବା ନେଇ ମନ୍ଦିର କମିଟି ପକ୍ଷରୁ ଥାନା ରେ ଅଭିଯୋଗ କରାଯାଇଛି । ଜଗନ୍ନାଥ ମନ୍ଦିରର ଦାନ ବକ୍ସ ଭାଙ୍ଗି ଚାରି ବର୍ଷର ଦାନ ଟଙ୍କା ଚୋରି କରାଯାଇଥିବା ଅଭିଯୋଗ ହୋଇଛି । ମୋଟ 50 ହଜାର ଟଙ୍କା ସହ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଥିବା ମା ଲଷ୍ମୀ ମନ୍ଦିର ଓ ବିମଳା ମନ୍ଦିରରେ ମା ପିନ୍ଧିଥିବା ସୁନାର ନାକ ଫୁଲ, ମଥା ମଣି ମଧ୍ୟ ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ସକାଳୁ ମନ୍ଦିର ପୂଜାରୀ ରୀତି ନୀତି ପାଇଁ ମନ୍ଦିରକୁ ଆସି ଦେଖିବା ପରେ କୋଟଗଡ଼ ପୋଲିସକୁ ଖବର ଦେଇଥିଲେ l କୋଟଗଡ଼ ପୋଲିସ ଜଗନ୍ନାଥ ମନ୍ଦିରରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି l


