Sunday, November 15, 2026
Home ଆଞ୍ଚଳିକ ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ, ବିଜେପି କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ, ବିଜେପି କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

18

ନୂଆଦିଲ୍ଲୀ, ୦୬/୦୪/୨୧ (ଜିଲ୍ଲା ଖବର) : ଆଜି ଭାରତୀୟ ଜନତା ପାର୍ଟିର ୪୧ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଦେଶରେ ବିଜେପି ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି ।ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବିଜେପି ପ୍ରତିଷ୍ଠା ଦିବସରେ ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ। ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି ଦଳ ପ୍ରତିଷ୍ଠା ଦିବସ । ୧୯୮୦ ମସିହାରୁ ପ୍ରତିଷ୍ଠା ଦିବସ ପାଳନ କରିଆସୁଛି । ଏହି ଅବସରରେ ପାର୍ଟି କାର୍ଯ୍ୟାଳୟରେ ପାର୍ଟି ପତାକା ଉତ୍ତୋଳନ କରାଯାଇଥିଲା । ପତାକା ଉତ୍ତୋଳନ ପରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଶୁଣିଥିଲେ ସବୁ ନେତା ଓ କର୍ମୀ । ରାଷ୍ଟ୍ରବାଦ ଓ ରାଷ୍ଟିୟଏକତା , ଗଣତନ୍ତ୍ର, ମୂଲ୍ୟବୋଧ ଭିତ୍ତିକ ରାଜନୀତି, ଗାନ୍ଧିବାଦ ଦୃଷ୍ଟିକୋଣ ଉପରେ ଆଧାରିତ ସାମାଜିକ ଓ ଆର୍ଥିକ ସମତା, ସକାରାତ୍ମକ ପନ୍ଥା ନିରପେକ୍ଷତା କୁ ଫୋକସ୍ କରୁଚି ବିଜେପି ।

ପାର୍ଟି ପାଇଁ ବହୁ କର୍ମୀ ନିଜ ଜୀବନ କୁ ଉତ୍ସର୍ଗ କରିଛନ୍ତି । ସେମାନଙ୍କ ପାଇଁ ଆଜି ବିଜେପି ବହୁ ଆଗକୁ ଆସିପାରିଛି । ଓଡ଼ିଶା ବାସୀ ଙ୍କ ଭଲ ପାଇବା ମିଳିଛି। ସବୁ ଓଡ଼ିଆ ଙ୍କୁ ନ୍ୟାୟ ମିଳିବ ବୋଲି କହିଛନ୍ତି ସମିର ମହାନ୍ତି , ରାଜ୍ୟ ସହ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ଓ ସମ୍ବିତ ପାତ୍ର କହିଛନ୍ତି ।