
ବାଲେଶ୍ୱର, ୦୬/୦୪/୨୧ (ଜିଲ୍ଲା ଖବର) : ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଗୁଡ଼ିଖୁଳା ଗାଁରେ ହାତୀ ଉପଦ୍ରବ । ଗାଁରେ ପୂର୍ଣ୍ଣଚନ୍ଦ୍ର ସିଂ ଘରେ ଶୋଇଥିଲାବେଳେ ହାତୀ ଆକ୍ରମଣ କରିଥିଲା । ହାତୀ ଘରଟିକୁ ଭାଙ୍ଗିଦେଇଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୂର୍ଣ୍ଣଚନ୍ଦ୍ର । ସେହିପରି ଗାଁର ଅନ୍ୟ କିଛି ଲୋକଙ୍କ ମଧ୍ୟ ଜିନିଷ ପତ୍ର ହାତୀ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ହାତୀ ଉପଦ୍ରବ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି । ଗୁଡିଖୁଳା ଗାଁଟି ଦେବଗିରି ପାହାଡ଼ ପାଦଦେଶ ତଳେ ଅବସ୍ଥିତ ଥିବାରୁ ବାରମ୍ବାର ହାତୀ ଗାଁ ମୁହାଁ ହୋଇ ଧନ ଜୀବନ ନଷ୍ଟ କରୁଛି ।



