
କଟକ,୦୬/୦୪/୨୧ (ଜିଲ୍ଲା ଖବର) : କଟକ ଦଲାଲ ଓ ନର୍ସିଂହୋମ ନେକ୍ସସ ପ୍ରସଙ୍ଗ । କଟକ ସ୍ଥିତ ଅନ୍ନପୂର୍ଣ୍ଣା ନର୍ସିଂହୋମକୁ ସିଲ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗତକାଲି କମିଶନରେଟ ପୋଲିସ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମିଳିତ ଚଢାଉ କରାଯାଇଥିଲା । ନର୍ସିଂ ହୋମରେ ଚିକିତ୍ସା ବଦଳରେ ରୋଗୀଙ୍କୁ ଅଧିକ ଟଙ୍କା ଦେବାକୁ ଚାପ ପ୍ରୟୋଗ କରାଯାଉଥିଲା । ରୋଗୀ ମୃତ୍ୟୁ ପରେ ବି ଆଇ.ସି.ୟୁରେ ରଖାଯାଇ ଚିକିତ୍ସା ନାଁରେ ଟଙ୍କା ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ ।



