
ନୂଆଦିଲ୍ଲୀ, ୦୬/୦୪/୨୧ (ଜିଲ୍ଲା ଖବର) : ସେ ଏମିତି ଜଣେ ଅଭିନେତ୍ରୀ, ଯିଏ ସବୁବେଳେ କୌଣସି ନାଁ କୌଣସି କାରଣକୁ ନେଇ ଚର୍ଚ୍ଚାରେ ଥାଆନ୍ତି । ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହୁଥିବା ସେ ଦେଖିବାକୁ ମିଳନ୍ତି । ସେ ଆଉ କେହି ନୁହଁନ୍ତି , ସେ ହେଉଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ୍ । ତେବେ ନିକଟରେ କଙ୍ଗନା ଏମିତି ଏକ ଭୂଲ କରିଛନ୍ତି , ଯାହା ପରେ ସେ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି ।
ପ୍ରକୃତ କଥା ହେଲା-ବିରଲ ଭୟାନି ଇନ୍ଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି , ଯେଉଁଥିରେ କଙ୍ଗନା ରାଣାୱତ୍ ମାସ୍କ ପିନ୍ଧି ନଥିବା ନଜର ଆସୁଛନ୍ତି । କଙ୍ଗନା କାରରୁ ଓହ୍ଲାଇ ବିନା ମାସ୍କରେ ଡବିଙ୍ଗ ଷ୍ଟୁଡିଓ ଯାଉଛନ୍ତି । କେବଳ ଏତିକି ନୁହେଁ , ଏହା ସହିତ ତାଙ୍କ ହାତରେ ମଧ୍ୟ ସେ ମାସ୍କ ଧରିଥିବା ଦେଖିବାକୁ ମିଳୁନାହିଁ । ଏହି ଭିଡିଓ ଦେଖିବା ପରେ ୟୂଜର୍ସ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି ।
ତାଙ୍କର ଏହି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି । ୟୂଜର୍ସ ଏଥିରେ ଖୁବ୍ କମେଣ୍ଟ କରିବାରେ ଲାଗିଛନ୍ତି । ଜଣେ ୟୂଜର ଲେଖିଛନ୍ତି ଯେ, ‘ଆପଣଙ୍କ ମାସ୍କ କାହିଁ ମାଡାମ୍ ,ଆପଣ ସବୁବେଳେ ଅନ୍ୟକୁ ଜ୍ଞାନ ଦିଅନ୍ତି’ । ଆଉ ଜଣେ ସେମିତି ଲେଖିଛନ୍ତି, ‘ମାସ୍କ ନପିନ୍ଧିବା ପାଇଁ ତାଙ୍କୁ ଫାଇନ୍ କରିବା ଦରକାର୍,କ’ଣ ୟେ ସାଧାରଣ ନାଗରିକଙ୍କ ଠାରୁ ଅଲଗା ଅଟନ୍ତି ? ‘ ।




