
ପୁରୀ,୦୬/୦୪/୨୧ (ଜିଲ୍ଲା ଖବର) : ବାହାର ରାଜ୍ୟରୁ ପର୍ଯ୍ୟଟକ ଆସିଲେ ହେବ RT-PCR ଟେଷ୍ଟ । ବଢ଼ୁଛି ସଂକ୍ରମଣ, ବଢ଼ୁଛି ଚିନ୍ତା । ଯାହାକୁ ନେଇ ରାଜ୍ୟବାସୀ ଚିନ୍ତିତ । ଏଭଳି ସ୍ଥିତିରେ ରାଜ୍ୟରେ ସଂକ୍ରମଣ ବଢୁଥିବା ବେଳେ କଡ଼ାକଡ଼ି ହେଲାଣି କଟକଣା । ପୁରୀରେ ବାହାର ରାଜ୍ୟର ପର୍ଯ୍ୟଟକଙ୍କ ଉପରେ କଟକଣା ଜାରି ହୋଇଛି । ଅଧିକ ସଂକ୍ରମିତ ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼, କେରଳ ଓ ଗୁଜରାଟ ସମେତ ୧୨ଟି ରାଜ୍ୟରୁ ପର୍ଯ୍ୟଟକଙ୍କ ପାଇଁ ଜାରି ହୋଇଛି କଟକଣା । ଏସବୁ ରାଜ୍ୟରୁ ଆସିଲେ ୭୨ ଘଣ୍ଟା ପୂର୍ବର RT-PCR ଟେଷ୍ଟର ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଯେଉଁ ପର୍ଯ୍ୟଟକମାନେ ସାଙ୍ଗରେ ନେଗେଟିଭ ରିପୋର୍ଟ ଆଣି ନ ଥିବେ ସେମାନଙ୍କୁ ୭ ଦିନ ହୋମ ଆଇସୋଲେସନରେ ରହିବାକୁ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ସେହିପରି ଆଜି ହୋଟେଲ ମାଲିକାମାନଙ୍କ ସହିତ ଜିଲା ପ୍ରଶାସନ ଆଲୋଚନା କରିବ ବୋଲି ସୂଚନା ମିଳିଛି ।



