
ନୂଆଦିଲ୍ଲୀ,୦୬/୦୪/୨୧ (ଜିଲ୍ଲା ଖବର) : ପଶ୍ଚିମବଙ୍ଗ ଏବଂ ଆସାମ ପାଇଁ ଆଜି ହେବ ତୃତୀୟ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗର ୩ ଜିଲ୍ଲାର ୩୧ଟି ଆସନ ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ହେବ । ଏହି ତୃତୀୟ ପର୍ୟ୍ୟାୟରେ ୨୦୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୭୮ ଲକ୍ଷ ଭୋଟର । ବରିଷ୍ଠ ବିଜେପି ନେତା ସ୍ୱପନ ଦାସଗୁପ୍ତା, ଟିଏମସି ସରକାରରେ ମନ୍ତ୍ରୀ ଅସିମା ପାତ୍ର, ପୂର୍ବତନ ସିପିଆଇଏମ ମନ୍ତ୍ରୀ କ୍ରାନ୍ତି ଗାଙ୍ଗୁଲିଙ୍କ ପରି ଚର୍ଚ୍ଚିତ ନାଁ ତୃତୀୟ ପର୍ୟ୍ୟାୟରେ ସାମିଲ ରହିଛି । ସମ୍ୱେଦନତା ଦୃଷ୍ଟିରୁ ସମସ୍ତ ୩୧ ଆସନରେ ୧୪୪ ଧାରା ଲାଗୁ କରିଛନ୍ତି ନିର୍ବାଚନ କମିଶନ । ସେହିପରି ଆସାନର ୧୬ ଜିଲ୍ଲା ଏବଂ ବୋଡୋଲାଣ୍ଡ ଟେରିଟୋରିଆଲ ଅଞ୍ଚଳର ୪୦ଟି ଆସନରେ ମତଦାନ ହେବ ।


