Saturday, November 14, 2026
Home ଆଞ୍ଚଳିକ ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ବିଜେପିର ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

52

ନୂଆଦିଲ୍ଲୀ, ୦୬/୦୪/୨୧ (ଜିଲ୍ଲା ଖବର): ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ । ବିଜେପିର ୪୧ତମ ପ୍ରତିଷ୍ଠା ଦିବସରେ ମୋଦୀ ପାର୍ଟିକୁ ଅଧିକ ମଜବୁତ କରିବା ପାଇଁ ନେତାଙ୍କୁ ପରାମର୍ଶ ଦେବେ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଜି ପୂର୍ବାହ୍‌ଣ ୧୦ଟା ୩୦ରେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିବେ । ବିଜେପିର ପ୍ରତିଷ୍ଠା ଦିବସ ଅବସରେ ବୁଥ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଦଳୀୟ ନେତାମାନେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରରେ ୱେବିନାର ମାଧ୍ୟମରେ କାର୍ଯ୍ୟକ୍ରମରେ ସାମିଲ ହେବେ । ସୂଚନା ଅନୁସାରେ, ଭାରତୀୟ ଜନତା ପାର୍ଟି ୧୯୫୧ ମସିହାରେ ଭାରତୀୟ ଜନ ସଂଘ ଭାବେ ପ୍ରତିଷ୍ଠା ହୋଇଥିଲା । ସ୍ୱର୍ଗତଃ ଶ୍ୟାମ ପ୍ରସାଦ ମୁଖ୍ୟାର୍ଜୀଙ୍କ ଦ୍ୱାରା ଏହା ପ୍ରତିଷ୍ଠା ହୋଇଥିଲା । ପରେ ଏହା ୧୯୭୭ରେ ବିଭିନ୍ନ ଦଳ ସହିତ ଜଡ଼ିତ ହୋଇଯାଇଥିଲା । ପୂର୍ବରୁ ଏହା ଜନତା ପାର୍ଟି ନାଁରେ ମଧ୍ୟ ଜଣା ଥିଲା । ବର୍ଷ ୧୯୮୧ ମସିହା ଆଜିର ଦିନ ଅର୍ଥାତ ଏପ୍ରିଲ ୬ରେ ସଂପୂର୍ଣ୍ଣ ଭାବେ ବିଜେପିର ରୂପ ନେଇଥିଲା ।