
ନବରଙ୍ଗପୁର,୦୬/୦୪/୨୧ (ଜିଲ୍ଲା ଖବର) : ଯାତ୍ରିବାହୀ ବସରେ ଗଞ୍ଜେଇ ଚାଲାଣ । ସାଧାରଣ ଯାତ୍ରୀଙ୍କ ଭଳି ବ୍ୟାଗରେ ଗଞ୍ଜେଇ କାରବାର କରୁଛନ୍ତି ଯାତ୍ରୀ । ମାଫିଆମାନେ ମହିଳାଙ୍କୁ ସବୁଜ ଜହର କାରବାରରେ ବ୍ୟବହାର କରିବାର ଦୃଶ ସାମ୍ନାକୁ ଆସିଛି । ବ୍ରହ୍ମପୁରରୁ ନବରଙ୍ଗପୁର ଆସୁଥିବା RB କୋଚ ନାମକ ଘରୋଇ ବସରୁ ଗଞ୍ଜେଇ ଜବତ କରି ବସଟିକୁ ଅଟକ ରଖିଛି ନବରଙ୍ଗପୁର ଟାଉନ ଥାନା ପୋଲିସ । 3 ମହିଳାଙ୍କ ସହ ବସ ଡ୍ରାଇଭର ଏବଂ ହେଲପରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ । ଓଜନ ପରେ ଗଞ୍ଜେଇର ସଠିକ ମୂଲ୍ୟ ଜଣାପଡିବ ବୋଲି ସୂଚନା ଦେଇଛନ୍ତି ଟାଉନ ଥାନା ଅଧିକାରୀ ।



