
ନୂଆଦିଲ୍ଲୀ, ୦୬/୦୪/୨୧ (ଜିଲ୍ଲା ଖବର) : ଦେଶରେ ବଢ଼ୁଥିବା କୋଭିଡ ସ୍ଥିତିକୁ ନେଇ ଆଜି ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ଼.ହର୍ଷବର୍ଦ୍ଧନ । ସନ୍ଧ୍ୟା ୬.୩୦ ମିନିଟରେ ଭିସି ଜରିଆରେ ହେବ ବୈଠକ । ବିଭିନ୍ନ ରାଜ୍ୟର ସ୍ଥିତି ଓ ଏହାର ପଦକ୍ଷେପ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରାଯିବ । ବିଶେଷ କରି ସଂକ୍ରମଣ ବଢ଼ୁଥିବା ୧୧ ରାଜ୍ୟ ଉପରେ ଆଲୋଚନା କରାଯିବ । ସଂକ୍ରମଣ ହ୍ରାସ କରିବା ନେଇ ପ୍ରସ୍ତୁତ କରାଯିବ ରୋଡ ମ୍ୟାପ । ଦେଶରେ ବେକାବୁ କରୋନା । ଦୈନିକ ସଂକ୍ରମଣ ଲକ୍ଷେ ଟପିଛି । ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଥିବା ବେଳେ ଆଜି ସବୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ଥିବା ବେଳେ ଆସନ୍ତା ୮ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମୁକାବିଲା ପଦକ୍ଷେପ ବାବଦାରେ ମୁଖ୍ୟମନ୍ତ୍ରୀଙ୍କ ମତାମତ ଲୋଡ଼ିବେ ପ୍ରଧାନମନ୍ତ୍ରୀ ।


