Thursday, November 12, 2026
Home ଆଞ୍ଚଳିକ ନିରୁଦ୍ଦିଷ୍ଟ ଯୁବକଙ୍କୁ ଗ୍ରାମବାସୀଙ୍କ ସହାୟତାରେଉଦ୍ଧାର କଲେ ସାରଙ୍ଗଡ ପୋଲିସ୍ ଓ ଗଣ ମାଧ୍ୟମ ପ୍ରତିନିଧି

ନିରୁଦ୍ଦିଷ୍ଟ ଯୁବକଙ୍କୁ ଗ୍ରାମବାସୀଙ୍କ ସହାୟତାରେଉଦ୍ଧାର କଲେ ସାରଙ୍ଗଡ ପୋଲିସ୍ ଓ ଗଣ ମାଧ୍ୟମ ପ୍ରତିନିଧି

104

ବାଲିଗୁଡା,୬/୦୪{ ସୁକାନ୍ତ କୁମାର ତ୍ରିପାଠୀ } : ନିରୁଦ୍ଦିଷ୍ଟ ଯୁବକ ଙ୍କ ସନ୍ଧାନ ମିଳିଲା ଉଦ୍ଧାର କଲେ ସାରଙ୍ଗଡ ପୋଲିସ୍ ଓ ଗଣ ମାଧ୍ୟମ ପ୍ରତିନିଧି ଗତ ଶନିବାର ରାତିରେ ବାଲିଗୁଡ଼ା ନୂଆସାହି ର ସଞ୍ଜୀବ କୁମାର ଲହରିଆ ଘରେ କାହାକୁ କିଛି ନ କହି ପଳାଇଯାଇଥିଲେ ଏନେଇ ପରିବାର ଲୋକେ ବହୁ ଖୋଜା ଖୋଜି ପରେ ବି ସନ୍ଧାନ ମିଳିନଥିଲା ପରିବାରର ଲୋକେ ବାଧ୍ୟ ହୋଇ ବାଲିଗୁଡ଼ା ଥାନାରେ ଏତଲା ଦେଇଥିଲେ ବାଲିଗୁଡ଼ା ଥାନା ପୋଲିସ୍ ନିଖୋଜ ମାମଲା ରୁଜୁକରି ତଦନ୍ତ ଚଳାଇଥିଲା ବାଲିଗୁଡ଼ା ର ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ନିଜ ଫେସବୁକ୍ ଏକାଉଣ୍ଡ ରେ ନିଖୋଜ ବିଷୟରେ ଲେଖି ଜନ ସାଧାରଣ ଙ୍କୁ ସୂଚନା ଦେବାପାଇଁ ଅନୁରୋଧ କରିଥିଲେ l ସାମାଜିକ ଗଣ ମାଧ୍ୟମରେ ନିଖୋଜ ବିଷୟରେ ଜାଣି ସlରଙ୍ଗଡ଼ ବନେଗା ଗ୍ରାମବାସୀ ଖବର ଦେବାସହିତ ସଞ୍ଜୀବ ଙ୍କୁ ଜଗି ରହିଥିଲେ ଗଣ ମାଧ୍ୟମ ପ୍ରତିନିଧି ପ୍ରମୋଦ ଦଣ୍ଡସେନା ଓ ଆଶ୍ୱିନ କୁମାର ପାତ୍ର ଥାନା ଅଧିକାରୀ ଅନିତା କୀଡ ଙ୍କୁ ଭେଟି ପୋଲିସ୍ ସହାୟତା ରେ ସଞ୍ଜୀବ ଙ୍କୁ ଉଦ୍ଧାର କରିଥିଲେ l କନେଷ୍ଟ ବଳ ଉତ୍ତମ ପ୍ରଧାନ ଓ ଉତ୍ତମ ଦିଗାଲ ମାନସିକ ଭାରସାମ୍ୟ ହରାଇଥିବା ସଞ୍ଜୀବ ଙ୍କୁ ବୁଝାସୁଝା କରି ଏକ ପାହାଡି ନାଳରୁ ଉଦ୍ଧାର କରିଥିଲେ ଏବଂ ଖାଦ୍ୟ ପାନୀୟ ଖୁଆଇ ଥିଲେ l ପୋଲିସ୍ ଓ ମିଡ଼ିଆ ଙ୍କ ଯୋଗୁଁ ସଞ୍ଜୀବ ଙ୍କୁ ଜୀବନ୍ତ ଫେରିପାଇ ଥିବା କହିଛନ୍ତି ସଞ୍ଜୀବ ଙ୍କ ବଡ ଭାଇ ଦିଲ୍ଲୀପ ଲହରୀଆ l ପୋଲିସ୍ ଓ ମିଡ଼ିଆ ଙ୍କ ସମନ୍ବୟ ରକ୍ଷା ଯୋଗୁଁ ଅତିଶିଘ୍ର ନିଖୋଜ ଙ୍କ ସନ୍ଧାନ ମିଳିଥିବା ଜଣାପଡିଛି ମିଡ଼ିଆ ଓ ପୋଲିସଙ୍କୁ ପରିବାର ଲୋକେ ସାଧୁବାଦ୍ ଜଣାଇଛନ୍ତି