
ଜଟଣୀ,୬/୦୪(ଜିଲ୍ଲା ଖଵର) : ଜଟଣୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ତଥା ଜୁନିଅର ଡ଼ିଭିଜନ ସିଭିଲ ଜଜ୍ଙ୍କ କୋର୍ଟ ପରିସରରେ ସୋମବାର ଏକ ଇ ସେବା କେନ୍ଦ୍ର । ଉଦ୍ଘାଟିତ ହୋଇଯାଇଛି । ଭିଡ଼ିଓ କନଫେରେନସିଂ ଜରିଆରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ଼ୀ, ଜଷ୍ଟିସ୍ ଏସ. ମୂରଲିଧରନ ଏହି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ଉତ୍ସବରେ ଓଡ଼ିଶା ହାଇକୋର୍ଟର ଅନ୍ୟ ବିଚାରପତି ଯୋଗଦେଇଥିବା ବେଳେ ଜଟଣୀ କୋର୍ଟ ପରିସରରେ ଜଟଣୀର ବିଚାରପତି ଧ୍ରୁବି ସୋଲାଙ୍କି ଉପସ୍ଥିତ ଥିଲେ। ଏଣିକି ଇ ସେବା କେନ୍ଦ୍ର ଜରିଆରେ ପକ୍ଷମାନେ ସେମାନଙ୍କ ମୋକଦ୍ଦମା ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଜାଣି ପାରିବେ । ମୋକଦ୍ଦମାର ସ୍ଥିତି, ତାରିଖ, ମୋକଦ୍ଦମାର ପରବର୍ତ୍ତୀ ଶୁଣାଣି ଜାଣିବା ସହ ଅନ ଲାଇନ ମାଧ୍ୟମରେ ମୋକଦ୍ଦମାର ଅଜି, ଦରଖାସ୍ତ ଦାଖଲ କରିପାରିବେ । ଏହାଛଡ଼ା ସମସ୍ତ ଦେୟ ପ୍ରଦାନ କରିବା ସହ ମାଗଣାରେ ଆଇନ ସହାୟତା ପାଇବାକୁ ଆବେଦନ କରିପାରିବେ । ଅନୁସନ୍ଧାନ କରି କୋର୍ଟଙ୍କ ଅବସ୍ଥିତି, ଜଜ୍ ଲିଷ୍ଟ ବାବଦରେ ଅବଗତ ହୋଇପାରିବେ । ଏଣିକି ଭିଡ଼ିଓ କନଫେରେନସିଂ ଜରିଆରେ ଅଦାଲତ ସମ୍ମୁଖରେ ଉପସ୍ଥିତ ହୋଇପାରିବେ। ଜଟଣୀର ଜେଏମ୍ଏଫ୍ସି ଶ୍ରୀମତୀ ସୋଲାଙ୍କି ଉତ୍ସବ ପରିଚାଳନା କରିଥିଲେ । ଜଟଣୀ ବାର ଆସୋସିଏସନର ସଭାପତି ଦେବବ୍ରତ ପାଢ଼ୀ, ସମ୍ପାଦକ ସଞ୍ଜୟକୁମାର ପାଢ଼ୀ, ଜଟଣୀ ଲୟର୍ସ ଆସୋସିଏସନର ସଭାପତି ସୁଶୀଲକୁମାର ମହାନ୍ତି, ସମ୍ପାଦକ ଶିବପ୍ରସାଦ ରଥ, ସରକାରୀ ଓକିଲ ଦୀପକକୁମାର ମହାକୁଡ଼, ଚିରସ୍ମିତା ସାହାସମଲ, ମାନସ କୁମାର ସୁବୁଦ୍ଧି ଏବଂ ବହୁ ବରିଷ୍ଠ ଓକିଲ ଯୋଗଦେଇଥିଲେ।
ରିପୋର୍ଟ, ସଞ୍ଜୀବ କୁମାର


